ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ

କୋଷଗୁମଡl /୩୧/୧୦/୨୨( ମନିସ) ନବରଂଗପୁର ଜିଲ୍ଲା କୋଷଗୁମଡl ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗl ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଏବଂ ୟୁବ ରେଡକ୍ରସ ବିଭାଗ ର ମିଳିତ ସହଯୋଗରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷ ବିବେକ କୁମାର ମହାଳିକ ଯୋଗଦେଇ ଥିବା ବେଳେ ଅନୁଷ୍ଠାନର , ଜାତୀୟ ସେବା ଯୋଜନା ଅଧିକାରୀ ଡ ରବି ନାରାୟଣ ପାଣିଗ୍ରାହୀ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ତଥା ରେଡକ୍ରସ୍ କାଉନସିଲର ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ଅଧ୍ୟାପକ ପଞ୍ଚାନନ ଦୁରିଆ ପ୍ରମୁଖ ମଞ୍ଚାସିନ ଥିଲେ ll ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରଥେମେ ସ୍ବାଗତ ଅଭିଭାଷଣ ଦେଇ ଥିବା ବେଳେ ଯୁବ ରେଡକ୍ରସ ଅଧିକାରୀ ଶ୍ରୀ ଭଟ୍ଟ ରାଷ୍ଟ୍ରୀୟ ଏକତା ଦିବସ ପାଳନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ l ଆଜିର ଦିବସ ପାଳନ ଅବସରରେ ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନେ ଦେଶର ଏକତା ଓ ଅଖଣ୍ଡତl ଓ ନିରାପତ୍ତା ପ୍ରତିଷ୍ଠା କରିବା ପାଇଁ ଶପଥ ନେଇଥିଲେ l କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

କୋଷଗୁମଡl ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ପ୍ରତିନିଧି ଓ ସରପଞ୍ଚ

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ ଓ ଆଦର୍ଶ ଗ୍ରାମ ପ୍ରତିଷ୍ଠା ନେଇ ବୈଠକ

Sunil Chandra Nayak

Leave a Comment

error: Content is protected !!