ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ଜରୁରୀ ବୈଠକ

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ଭବନ ପରିସରରେ ସମାଜ ର କୁଳପତି ଶମ୍ଭୁ କିଶୋର ଦଣ୍ଡସେନା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସର୍ବ ପ୍ରଥମେ ଉପକୂଳପତି ସୁରେନ୍ଦ୍ର କୁମାର ପ୍ରଧାନୀ ଙ୍କ ବାପା ସଦାନନ୍ଦ ପ୍ରଧାନୀ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ପରେ ସମାଜରେ ଥିବା ଗରୀବ ଛାତ୍ରଛାତ୍ରୀ ଙ୍କୁ ସାହାଯ୍ୟ ,ସମାଜରେ ଥିବା ସ୍ୱାସ୍ଥ୍ୟ ଜନିତ ରୋଗରେ ପୀଡିତ ଥିବା ପରିବାର କୁ ରେଡ଼କ୍ରସ ପାଣ୍ଠି ରୁ ସାହାଯ୍ୟ ଯୋଗାଇବା ପାଇଁ ଉଦ୍ୟମ କରିବା ପାଇଁ ପ୍ରସ୍ତାବ ନିଆଯାଇଥିଲା । ନୂଆଖାଇ ଭେଟଘାଟ ପ୍ରସ୍ତୁତି ପାଇଁ ସମାଜ ଭବନ ପରିସର ରେ ଆଗାମୀ ଜୁଲାଇ ୩୧ ତାରିଖ ରବିବାର ଦିନ ଏକ ବୈଠକ କରିବା ପାଇଁ ସ୍ଥିର ହୋଇଥିଲା । ଏହି ବୈଠକରେ ପରିଷଦ , ପରାମର୍ଶ ଦାତା ସମେତ ୨୯ ଗୋଟି ଅଞ୍ଚଳ ର ଅଞ୍ଚଳ ସଭାପତି ମାନଙ୍କୁ ବୈଠକରେ ଡାକିବା ପାଇଁ ସ୍ଥିର କରାଯାଇଥିଲା । ବୈଠକରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପ୍ରତ୍ୟେକ୍ଷ ସହଯୋଗ ଦ୍ୱାରା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇକ ବିଦ୍ରୋହୀ ସ୍ମାରକୀ କୁ ମାଗଣା ଜମି ପ୍ରାୟ 9 . 685 ଏକର ପ୍ରଦାନ କରିଥିବା ରୁ ଶୁଭେଛ। ସହିତ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ବୈଠକରେ ଉପକୂଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, ମୁଖ୍ୟ ସମ୍ପାଦକ ଦିଲ୍ଲୀପ ନାଏକ, ଯୁଗ୍ମ ସମ୍ପାଦକ ଘୁମେଶ କୁମାର ଚଳାନ, ମୂଖ୍ୟ ସଂଗଠନ ପରମେଶ୍ୱର ବାରିକ, ସହ ସଂଗଠକ ବିଭୁତି ଭୂଷଣ ବିଶି, ଯୁଗ୍ମ ସଂଗଠକ ଜଗଦୀଶ ବାରିକ, କୋଷାଧ୍ୟକ୍ଷ ଶ୍ରୀବସ୍ଚ ବାରିକ, ଉପ କୋଷାଧ୍ୟକ୍ଷ ରାଜକପୁର ବାରିକ ଉପସ୍ଥିତ ଥିଲେ । ଶେଷରେ ମୁଖ୍ୟ ସଙ୍ଗଠକ ପରମେଶ୍ୱର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମମତା ସାହୁ ଙ୍କ କବିତା ଚାଲିଗଲ ପ୍ରଭୁ ମାଉସୀ ଘର

Sunil Chandra Nayak

ମସିହା ପ୍ରଭାବ- ୧୦ ମାସର ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ବୃଦ୍ଧା ପାଇଲେ ଭତ୍ତା

Sunil Chandra Nayak

ପାଇଖାନା ନିର୍ମାଣରେ ଦୁର୍ନୀତି

Sunil Chandra Nayak

Leave a Comment

error: Content is protected !!