ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନ କମିଟି ର ଜରୁରୀ ବୈଠକ

ସୋମବାର ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ କମିଟି ର ଏକ ଜରୁରୀ ବୈଠକ ଡିଭିଜନ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ କେନ୍ଦୁପତ୍ର ଡିଏଫଓ ଶ୍ରୀ ପ୍ରତାପ ବେହେରାଙ୍କ ସହିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତୋଳାଳୀ,ବନ୍ଧାଳୀ,ସିଜିନାଲ ଷ୍ଟାଫ ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ବିଭନ୍ନ ସମସ୍ୟା ଉପରେ ଦୀର୍ଘ ସମୟ ଆଲୋଚନା କରି ସମାଧାନ ପାଇଁ ଦାବି କରିଥିଲେ।ପ୍ରଥମେ ଖଡ଼ିଆଳ ରେଞ୍ଜ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଡିଭିଜନ କମିଟିର ବୈଠକ ଅନୁଷ୍ଠିତ ହୋଇ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା କରି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା,ବିଭିନ୍ନ ରେଞ୍ଜର ସମସ୍ୟା ଚିହ୍ନଟ କରି ଡିଫଓ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଚଳିତ ଖର୍ଦ୍ଦି ସିଜନ ସରିଲା ପରେ ମୁନ୍ସୀ ଚପରସୀ ମାନଙ୍କ ଦରମା ନ କାଟି ସରକାର ଙ୍କ ନିୟମ ଅନୁସାରେ ପୁରା ବିଲ କରି ପ୍ରାପ୍ୟ ଦେବା,ସିଜନାଲ ଷ୍ଟାଫ ଙ୍କ ଗସ୍ତ ବିଲ ପ୍ରସ୍ତୁତ କରି ପ୍ରାପ୍ୟ ପ୍ରଦାନ କରିବା, ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କ ସାମାଜିକ କଲ୍ୟାଣ ଯୋଜନା ମୁତାବକ ମୃତ୍ୟ କାଳୀନ,ଝିଅ ବାହାଘର, ଚିକିତ୍ସା, ଛାତ୍ର ବୃତ୍ତି ସହାୟତା ୨୦୧୭ ମସିହାରୁ ରହି ଯାଇଥିବା ବକେୟା ତୁରନ୍ତ ପ୍ରଦାନ କରିବା,ସିଜିନାଲ ଷ୍ଟାଫଙ୍କ ୨୦୧୯ ବର୍ଦ୍ଧିତ ଦରମା ଏରିଅର ରେ ଇନସେଣ୍ଟିଭ ଆଲାଉନସ ପ୍ରଦାନ,କେନ୍ଦୁପତ୍ର ବନ୍ଧେଇ ସମୟରେ ବନ୍ଧେଇ ଶ୍ରମିକଙ୍କ ସୁବିଧା ଦୃଷ୍ଟିରୁ ତଥା ପତ୍ର ବନ୍ଧେଇ ର ଗୁଣବତ୍ତା ରକ୍ଷା କରିବାକୁ ଓ ବର୍ଷା ଦିନିଆ କାଦୁଅ ରକ୍ଷା କରିବା ପାଇଁ ଫଡ଼ି ଘର ସାମନାରେ କଂକ୍ରିଟ କରଣ, ପ୍ରତ୍ୟେକ ଫଡ଼ିଘର ସାମ୍ନାରେ ନଳକୂପ ଖନନ,ସୁଖା ରଖା, ଓଲଟେଇ,ଢେରେଇ ଓ ରଚାଇ ପ୍ରାପ୍ୟ ପୁରା ପ୍ରଦାନ କରିବା,କେନ୍ଦୁପତ୍ର ଉତ୍ପାଦନ ବୃଦ୍ଧି ପାଇଁ ଗୁଚ୍ଛା କଟେଇ ର ଯଥେଷ୍ଟ ପୂର୍ବରୁ ମେଢା କଟେଇ ଇତ୍ୟାଦି ଦାବି ଗୁଡିକ ଉପରେ ବିସ୍ତୃତ ଚର୍ଚ୍ଚା ଆଲୋଚନା ହୋଇଥିଲା।ଖୁସିର କଥା ପଞ୍ଚସଠି ଜଣ କୁ ଛାଡିଦେଲେ ପ୍ରାୟ ସମସ୍ତ ସିଜିନାଲ ଷ୍ଟାଫ ଇ ପି ଏଫ କାଟି ସାରିଛନ୍ତି ବୋଲି ଡିଫଓ ଅଲୋଚନା ସମୟରେ ଉପସ୍ଥାପନ କରିଥିଲେ।ଆସନ୍ତା ସିଜନ ପୁର୍ବ ରୁ ଖରିଆର ଡିଭିଜନ ରୁ ଫାଲ ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ପୁରା ପ୍ରୋସେସ ଡିଭିଜନ କରିବାକୁ ସରକାର ଙ୍କୁ ପ୍ରସ୍ତାଵ ଦେବା ପାଇଁ ଡିଏଫଓ ଙ୍କୁ ପରାମର୍ଶ ଦିଆ ଯାଇଛି।ଠିକ ସେହିପରି ସାମାଜିକ କଲ୍ୟାଣ ଯୋଜନାରେ ଝିଅ ବାହାଘର, ଛାତ୍ରବୃତ୍ତି କଟିଦେଇଥିବାରୁ ସଙ୍ଘ ତରଫରୁ ଉଦବେଗ ପ୍ରକାଶ କରିବା ସହିତ ତୁରନ୍ତ ଲାଗୁକରିବାକୁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଡିଫଓ ଙ୍କୁ ଅନୁରୋଧ କରାଯାଇଛି ନଚେତ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।ଏହି ଆଲୋଚନା ରେ ଅବଦୁଲ ରସିଦ(ଲାଲୁ),ଡୋରେଶ୍ୱର ପଟେଲ,ବାବୁଲାଲ ପଟେଲ,ଈଶ୍ୱର ଶବର,ଗୌତମ ବରିହା, ମଙ୍ଗଳସାଇ ବଗର୍ତ୍ତି,କୃଷ୍ଣବଲ୍ଲଭ ବାରିକ,ନଟ ନାଗ,ରୁଦ୍ର ନାଗ,ସୁରେଶ ବେହେରା, ଗଣେଶ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୂଆଁଖାଇ ସଯବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ ୧୬ ତାରିଖ :  ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

Sunil Chandra Nayak

ବିଶ୍ଵ ଜଳ ଦିବସ ଉପଲକ୍ଷେ କବିତା ଜଳ

Sunil Chandra Nayak

Leave a Comment

error: Content is protected !!