ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆର୍‌ପିଏର ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ

ରାଉରକେଲା/ ଗତ ୨୩ ଓ ୨୪ ଦୁଇ ଦିନ ଚାଲିଥିବା ଶିବିର କୁ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍ ( ଆରପିଏ)ର ସଭାପତି ଅତୁଳ ସାଙ୍ଗଭି ଉଦଘାଟନ କରିଥିଲେ । ରାଉରକେଲା ଫଟୋଗ୍ରାଫର ସଂଘ ପକ୍ଷରୁ ସିନେମାଟୋଗ୍ରାଫି ତାଲିମ ଶିବିର ୨୪ ଜୁଲାଇ ସନ୍ଧ୍ୟାରେ ସେକ୍ଟର-୫ ସ୍ଥିତ ଆଦର୍ଶ ସାହିତ୍ୟ ଘର ପରିସରରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଏହି ତାଲିମ ଶିବିରରେ ଭାଗନେଇଥିବା ସମସ୍ତ ଫଟୋଗ୍ରାଫର ମାନଙ୍କୁ ଉତ୍ସାହିତ କରିବା ସହିତ ଏହା ଦ୍ବାରା ‌ଫଟୋଗ୍ରାଫର ମାନଙ୍କର ଦକ୍ଷତା ବୃଦ୍ଧି ପାଇବାରେ ସହଯୋଗ କରିବ ବୋଲି ମତ ରଖିଥିଲେ । ଭୁବନେଶ୍ବରରୁ ଆସିଥିବା ପୁପୁଲ ଫିଲ୍ମ ଅନୁଷ୍ଠାନର ରାକେଶ ମହାନ୍ତି ଓ ସିନେମାଟୋଗ୍ରାଫି ମାଷ୍ଟର ଟ୍ରେନର ସାରଦା କୃଷ୍ଣ ସାହୁ(ମୁମ୍ବାଇ) ଫଟୋଗ୍ରଫରମାନଙ୍କୁ ସୁଟିଂ ଉପରେ ତାଲିମ ଦେଇଥିଲେ। ଏହା ଦ୍ବାରା ଫଟୋଗ୍ରାଫର ମାନଙ୍କର ନିଜ କୌଶଳର ଦକ୍ଷତା ବିକାଶ କରିବାରେ ସାହାର୍ଯ୍ୟ କରିବ। ଏହି ଅବସରରେ ସଂଘ ପକ୍ଷରୁ କର୍ମଶାଳାରେ ଭାଗ ନେଇଥିବା ସମସ୍ତ ଫଟୋଗ୍ରାଫର ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆୟୋଜକଙ୍କ ପକ୍ଷରୁ ଦିଲୀପ ମହାନ୍ତି, ସୁଦର୍ଶନ ଜେନା, ପ୍ରକାଶ ମହାକୁଡ଼, ସନ୍ତୋଷ ବେହେରା, ଉମାକାନ୍ତ ପାତ୍ର, ସମରକାନ୍ତ ମଲ୍ଲିକ, ପ୍ରତାପ ମହାନ୍ତି, ଶିବ ପଣ୍ଡା, ଲୁନା ମହାନ୍ତି, ପ୍ରଦୀପ ମହାପାତ୍ର,ବିଟୁ ଭାଇ,ସନ୍ତୋଷ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ ରାଉରକେଲା ଓ ଏହାର ଆଖପାଖ ଅଂଚଳରୁ ପ୍ରାୟ ୫୦ରୁ ଅଧିକ ଫଟୋଗ୍ରାଫର ଭାଗନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଏଵଂ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ମାଓବାଦୀ ଗୁଳିରେ ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଜିବନି, ଶେଷ ପର୍ଯ୍ୟନ୍ତ ଲଢେଇ ହେବ- ଆଇଜି ଅପରେସନ ଅମିତାଭ ଠାକୁର

Sunil Chandra Nayak

ପଣ୍ଡୁଆ ଠାରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!