ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଡ଼ିଙ୍ଗା ଠାରେ ଫିଟନେସ କ୍ଳବ ଜିମ ଉଦଘାଟନ

କୋଷଗୁମୁଡା ୧୯/୦୮/୨୨ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଗ୍ରାମରେ ଫିଟନେସ କ୍ଳବ ଜିମ ଉଦଘାଟନ ହୋଇଯାଇଛି l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କୋଡ଼ିଙ୍ଗା ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କୋଡ଼ିଙ୍ଗା ଗ୍ରାମର ମହମଦ ଇଲିଆସ, କୌଳାଶ ପାଣିଗ୍ରାହୀ, ତ୍ରିଲୋଚନ ସିଂ, କୋଡ଼ିଙ୍ଗା ଥାନା ଏଏସଆଇ ପ୍ରଦୀପ କୁମାର ବାଘ ପ୍ରମୁଖ ଯୋଗଦେଇଥିଲେ l କୋଡ଼ିଙ୍ଗା ଭଳି ଏକ ଉପାନ୍ତ ଅଞ୍ଚଳ ର ଲୋକେ ଏହି ଜିମ ରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ବାନ ହୋଇପାରିବେ l ନିଜ ଜୀବନ ଶୈଳୀରେ ଲୋକେ କିଛି ସମୟ ବାହାର କରି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବକୁ ମୁଖ୍ୟ ଅତିଥି କହିଥିଲେ l ଏହି କାର୍ଯ୍ୟକ୍ରମ କୁ କୋଡ଼ିଙ୍ଗା ଗ୍ରାମର ବିନୁ ଚୌଧୁରୀ, ମୁନା ସିଂ, ରାଜା ଚଲାଣ ଓ ଛଟୁ ଖୋସଲା, ଓ ଯୁବକ ମାନେ ପରିଚାଳନା କରିଥିଲେ ।

କୋଷଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  –+- ଧର୍ମ -+–

Sunil Chandra Nayak

ବାରମ୍ବାର ଅଭିଯୋଗ ଆସିବା ପରେ ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ହ୍ଵାଟ୍ସଆପ

ଦେବର୍ଷି ନାରଦ ସମ୍ମାନରେ ସମ୍ମାନିତ ହେଲେ କର୍ଲାମୁଣ୍ଡା ଧରିତ୍ରୀ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!