ବାଲେଶ୍ଵର,୧୯/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଘଟିଯାଇଛି ଅଘଟଣ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଆଜି ତା ୧୯/୮/୨୨ ରିଖ ସକାଳେ କୋଚିଆକୋଇଲିସ୍ଥ ବାସନ୍ତୀ ଦୁର୍ଗା ମଣ୍ଡପ ନିକଟ ନାଳରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସଂଗେ ସଂଗେ ଖବର ସମୃକ୍ତ ଅଞ୍ଚଳରେ ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାଳ ମଧ୍ୟରୁ ମୃତଦେହ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ କୋଚିଆକୋଇଲି(ଗୁଳାଗଡିଆ) ଗ୍ରାମର ସୁରେନ୍ଦ୍ର ଦାସଙ୍କ ପୁତ୍ର କୈଳାସ ଚନ୍ଦ୍ର ଦାସ ୨୬ ବର୍ଷ ବୟସ ବୋଲି ଜଣାପଡିଛି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ