ପାପଡାହାଣ୍ଡି, 19/8, ମନିସ — ପାପଡାହାଣ୍ଡି ବ୍ଲକ ଆମପାଣି ଘାଟିର ଖଡକା ନିକଟରେ ଶୁକ୍ରବାର ସକାଳୁ ଏକ ବସ ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଦୁଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି | ସେମାନଂକୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ଜୟପୁର ଭବାନୀ ପାଟଣା ଯାଉଥିବା ସରକାରି ବସ OD 08G 7053 ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ TS 06UC 3598 ସହ ମୁହାଁ ମୁହିଁ ଧକ୍କା ହୋଇଥିଲା | ଖବର ପାଇ ମୈଦଲପୁର ପୋଲିସ ଓ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ବସର ଜଣେ ମହିଳା ଆହତ ହୋଇଛନ୍ତି | ଦୁର୍ଘଟଣା କାରଣ ଜଣାପଡ଼ିନାହିଁ | ଦୁର୍ଘଟଣା ପରେ ଜାତୀୟ ରାଜପଥ ବହୁ ସମୟ ଧରି ଅବରୋଧ ହୋଇଥିଲା | ପରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ଗାଡି ଗୁଡିକୁ ହଟାଇ ଥିଲେ |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ