ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୈଦଲପୁର ଗ୍ରୀନଡଟ କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ମୈଦଲପୁର ଶ୍ରୀ ଜଗନ୍ନାଥ ମନ୍ଦିର ସଫେଇ

ନବରଙ୍ଗପୁର:(ମନିସ୍) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ସ୍ଥିତ ଗ୍ରୀନଡଟ କମ୍ପୁଟର ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସ୍ଥାନୀୟ ନିର୍ମାଣଧୀନ ଜଗନ୍ନାଥ ମନ୍ଦିର ଆଜକୁ ୧୧ବର୍ଷ ବିତି ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନଥିବା ମୈଦଲପୁର ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି ! ଗ୍ରୀନଡଟ କମ୍ପୁଟର ନିର୍ଦ୍ଦେଶକ ସୋମ୍ୟରଂଜ ବିଷୋୟୀଙ୍କ ନେତୃତ୍ୱରେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ବାରା ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ମନ୍ଦିର ଅଖପାଖ ଅଞ୍ଚଳରେ ପଡିଥିବା ଅଳିଆ ଆବର୍ଜନାକୁ ମଧ୍ୟ ସଫା କରାଯାଇଥିବା ଦେଖିବାକୁ ମିଳିଥିଲା ।ଏହି ଅବସରରେ ଶ୍ରୀବିଷୋୟୀ ଗ୍ରୀନଡଟ କମ୍ପୁଟର ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍ୱଚ୍ଛ ଭାରତ ସମ୍ପର୍କରେ ଅବଗତ କରାଇଥିଲେ। ନିଜ ଘର ପାଖରେ ଥିବା ଅଳିଆ ଆବର୍ଜନା ସଫା କରିବା ସଦା ସର୍ବଦା ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଉକ୍ତ ସଫେଇ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ବିଷୋୟୀ, ଯୁବ ସାମ୍ବାଦିକ ନିର୍ମଳ ବିଷୋୟୀ , ପ୍ରଦୀପ ସୁନା, ଯାଜ୍ଞସେନି ସାହୁ, ତେଜସ୍ୱିନି ସାହୁ ,ତନୁ ସତନାମୀ ,ତ୍ରିପତି ପାଞ୍ଜିଆ ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଫେଇ କରିଥିଲେ ।ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି !ପରିବେଶକୁ ସ୍ଵଚ୍ଛ କରିବା ସୁସ୍ଥ ପରିବେଶ ସ୍ରୁଷ୍ଟି କରିବାର ବାର୍ତ୍ତା ଦେଇଛନ୍ତି ଗ୍ରିନଡଟ୍ କମ୍ପୁଟରର ସମସ୍ତ ଛାତ୍ର/ଛାତ୍ରୀମାନଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ସହ ପାପଡାହାଣ୍ଡି ପ୍ରତିନିଧି ମସୀହା ନିୟୁଜ୍।

Related posts

ନୂଆଁଖାଇ ସଯବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା – ସାଥୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!