ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ନୀଳାଦ୍ରି ବିଜେ 

  ନୀଳାଦ୍ରି ବିଜେ 

ନିଳାଚଳ ନାଥ ପ୍ରଭୁ ଜଗନ୍ନାଥ
         ଜଗତ ମାଲିକ ତୁମେ
ତୁମରି ଲୀଳାକୁ କିଏବା ବୁଝିବ
         ଛାର ମାନବ ହେ ଆମେ ॥
ବାରମାସେ ତେର ପରବ ତୁମର
           ଜଗତକୁ ଶିକ୍ଷା ପାଇଁ
ସସ୍କାର ସଂସ୍କୃତି ସାମ୍ୟ ମୈତ୍ରୀ ପ୍ରୀତି
             ଶାନ୍ତି ମୁକ୍ତି ପଥ ଦେଇ ॥
ଦ୍ଵାଦଶ ଉତ୍ସବ ମଧ୍ୟରେ ଗୁଣ୍ଡିଚା
              ମହାନ ପର୍ବ ତୁମର
ରଥେ ତୁ ବାମନ ଦରଶନ ଦେଇ
              ପତିତ ଜନେ ଉଦ୍ଧାର ॥
କଥା ଦେଇ ମାତା ଗୁଣ୍ଡିଚା ରାଣୀଙ୍କୁ
             ଜନମ ବେଦୀକୁ ଗଲ
ଆର୍ଦ୍ଧାଶନୀଙ୍କର ପୋଡ଼ପିଠା ଖାଇ
              ମାଉସୀ ମନ ତୋଷିଲ ॥
ହେରା ପଞ୍ଚମୀରେ ଲକ୍ଷ୍ମୀଙ୍କ କୋପରୁ
            ବାହୁଡ଼ିବା ଆଜ୍ଞା ଦେଲେ
ନବଦିନାତ୍ମକ ଯାତରାକୁ ସାରି
             ବାହୁଡ଼ା ବିଜେ କରିଲ ॥
ଚତୁର୍ଦ୍ଧା ମୂରତି ରଥେ ପଥେ ଆସି
            ସିଂହଦ୍ଵାରେ ଅଟକିଲ
ସୁନାବେଶ ସାରି ଅଧରପଣାରେ
              ଜଗତକୁ ତୋଷ କଲ ॥
ସଂସାରୀ ମାନବ ପରି ଲୀଳା କରି
            ମା’ ମାନ ତୁଟାଇଲ
ଚାହାଣୀ ମଣ୍ଡପେ ରସଗୋଲା ଦେଇ
             ପତ୍ନୀ ମନ କିଣି ନେଲ ॥
ଗୋଟି ପହୁଣ୍ଡିରେ ତ୍ରୟୋଦଶୀ ଦିନେ
             ନିଳାଦ୍ରି ବିଜେ କରିଲ
ଜନମ ବେଦୀରୁ ରତନ ବେଦୀକୁ
            ସଭିଏଁ ଫେରି ଆସିଲ ॥
ମାର୍ଜନା ହୁଅଇ ରତ୍ନ ସିଂହାସନ
           ନୀଳଚକ୍ରେ ଲାଗେ ବାନା
ହରିଙ୍କ ଶୟନ ଆରମ୍ଭ ହୁଅଇ
           ଏହା ପରଠାରୁ ସିନା ॥
ନୀଳାଦ୍ରି ବିହାରୀ ଶୁଣ ଚିତ୍ତ ଡେରି
         ଅଧମ କରେ ଗୁହାରୀ
ଜଗତର ଦୁଃଖ ଶୋକ ଦୂର କରି
         ନିଅ ସୁପଥେ ଶ୍ରୀହରୀ ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର,କେନ୍ଦୁଝର,ଓଡ଼ିଶା

Related posts

ଗରିବ ଖଟିଖିଆଙ୍କର ଜୀବନ ଜୀବିକାକୁ ପ୍ରଭାବିତ କରୁଅଛି ସଟାଖେଳ

Sunil Chandra Nayak

ଖଡ଼ିଆଳ ବ୍ଲକ ର ପ୍ରଥମ ବ୍ଲକ ଅଧକ୍ଷ ଗୋପାଳ ନାରାୟଣ ତିୱାରୀ ଙ୍କ ୮୮ ବର୍ଷ ରେ ବିୟୋଗ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କଳାହାଣ୍ଡି ଏସପି ଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!