ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡାକ୍ତର ଦିନବନ୍ଧୁ ମହାନନ୍ଦ ଙ୍କୁ ମାଡ଼ ଘଟଣା କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଆନ୍ଦୋଳନ କୁ ଓହ୍ନାଇଛନ୍ତି । ଏହି ଆନ୍ଦୋଳନରେ ସମସ୍ତ ଜରୁରୀ କାମ କୁ ସହଯୋଗ କରୁଥିବା ବେଳେ ବାକି କାମ ନ କରି ଆନ୍ଦୋଳନ କୁ ଓହ୍ନାଇଛନ୍ତି । ଏହି ଆନ୍ଦୋଳନ ରେ ଇନଚାର୍ଜ ଡ଼ାକ୍ତର ମହାନନ୍ଦ , ବରିଷ୍ଠ ଡାକ୍ତର ଭୁବନେଶ୍ୱର ମିଶ୍ର , ଡାକ୍ତର ରଞ୍ଜିତ ରାଉତ , ଡାକ୍ତର ମହେନ୍ଦ୍ର ମାଝୀ , ଡାକ୍ତର ଆଦିତ୍ୟ ଯୋଶୀ , ଡାକ୍ତର ବିଷ୍ଣୁ ନାଏକ , ଡକ୍ଟର ଆଇସା ଦାସ , ଡାକ୍ତର ଆସ୍ନା ନାଏକ , ଡାକ୍ତର ଚିରରଞ୍ଜନ ନିଶ୍ୱାଳ ,ଡାକ୍ତର ପ୍ରବୀଣ କୁମାର ମେହେର , ଡାକ୍ତର ଦେବାଶିଷ ସିଂ, ଡାକ୍ତର ସୂର୍ଯ୍ୟଲଗ୍ନା ନାଏକ , ଡାକ୍ତର ସୁଭସ୍ମିତା ମେହେର , ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ , ସଂଘମିତ୍ରା ବାବୁ , ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ରଥ , ଅନୁପ ଭୂଷଣ , ଏଲଏଚଭି ଜ୍ୟୋତିର୍ମୟୀ ସେନାପତି , ଏନସିଡି କାଉନସିଲର ରାଣୀ ଠାକୁର , ସମେତ ଏସଡିଏଚ ର ସମସ୍ତ ଷ୍ଟାଫ ନର୍ସ ଏଏନଏମ , ଲାବ୍ରୋଟାରୀ ଟେକନିକସିଆନ ଙ୍କ ସମେତ ଶିକ୍ୟୁରିଟି ଗାର୍ଡ , ସଫେଇ କର୍ମଚାରୀ ମାନେ ସାମିଲ ହୋଇଥିଲେ । ସୂଚନା ଥାଉକି ଏହି ଆନ୍ଦୋଳନ ରେ ଡାକ୍ତର ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ପୋଲିସ ସୁରକ୍ଷା , ଡାକ୍ତର ଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ କଠୋର କାର୍ଯ୍ୟନୁଷ୍ଠାନ , ଚିକିତ୍ସାଲୟ ରେ ପୋଲିସ ଫାଣ୍ଡିର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି । ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚିକିତ୍ସା ର ସମସ୍ତ କର୍ମଚାରୀ ସୁଚେଇ ଦେଇଛନ୍ତି।
ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ