ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାକ୍ତର ଦିନ ବନ୍ଧୁ ମହାନନ୍ଦ ଙ୍କୁ ମାଡ଼ ଘଟଣା କୁ ନେଇ ସମସ୍ତ କର୍ମଚାରୀ ଙ୍କ ଆନ୍ଦୋଳନ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡାକ୍ତର ଦିନବନ୍ଧୁ ମହାନନ୍ଦ ଙ୍କୁ ମାଡ଼ ଘଟଣା କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଆନ୍ଦୋଳନ କୁ ଓହ୍ନାଇଛନ୍ତି । ଏହି ଆନ୍ଦୋଳନରେ ସମସ୍ତ ଜରୁରୀ କାମ କୁ ସହଯୋଗ କରୁଥିବା ବେଳେ ବାକି କାମ ନ କରି ଆନ୍ଦୋଳନ କୁ ଓହ୍ନାଇଛନ୍ତି । ଏହି ଆନ୍ଦୋଳନ ରେ ଇନଚାର୍ଜ ଡ଼ାକ୍ତର ମହାନନ୍ଦ , ବରିଷ୍ଠ ଡାକ୍ତର ଭୁବନେଶ୍ୱର ମିଶ୍ର , ଡାକ୍ତର ରଞ୍ଜିତ ରାଉତ , ଡାକ୍ତର ମହେନ୍ଦ୍ର ମାଝୀ , ଡାକ୍ତର ଆଦିତ୍ୟ ଯୋଶୀ , ଡାକ୍ତର ବିଷ୍ଣୁ ନାଏକ , ଡକ୍ଟର ଆଇସା ଦାସ , ଡାକ୍ତର ଆସ୍ନା ନାଏକ , ଡାକ୍ତର ଚିରରଞ୍ଜନ ନିଶ୍ୱାଳ ,ଡାକ୍ତର ପ୍ରବୀଣ କୁମାର ମେହେର , ଡାକ୍ତର ଦେବାଶିଷ ସିଂ, ଡାକ୍ତର ସୂର୍ଯ୍ୟଲଗ୍ନା ନାଏକ , ଡାକ୍ତର ସୁଭସ୍ମିତା ମେହେର , ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ , ସଂଘମିତ୍ରା ବାବୁ , ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ରଥ , ଅନୁପ ଭୂଷଣ , ଏଲଏଚଭି ଜ୍ୟୋତିର୍ମୟୀ ସେନାପତି , ଏନସିଡି କାଉନସିଲର ରାଣୀ ଠାକୁର , ସମେତ ଏସଡିଏଚ ର ସମସ୍ତ ଷ୍ଟାଫ ନର୍ସ ଏଏନଏମ , ଲାବ୍ରୋଟାରୀ ଟେକନିକସିଆନ ଙ୍କ ସମେତ ଶିକ୍ୟୁରିଟି ଗାର୍ଡ , ସଫେଇ କର୍ମଚାରୀ ମାନେ ସାମିଲ ହୋଇଥିଲେ । ସୂଚନା ଥାଉକି ଏହି ଆନ୍ଦୋଳନ ରେ ଡାକ୍ତର ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ପୋଲିସ ସୁରକ୍ଷା , ଡାକ୍ତର ଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ କଠୋର କାର୍ଯ୍ୟନୁଷ୍ଠାନ , ଚିକିତ୍ସାଲୟ ରେ ପୋଲିସ ଫାଣ୍ଡିର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି । ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚିକିତ୍ସା ର ସମସ୍ତ କର୍ମଚାରୀ  ସୁଚେଇ ଦେଇଛନ୍ତି।

 ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁର୍ଘଟଣାରେ ଯୁବକ ମୃତ

ସଦରବ୍ଲକ ସିକୁଆଁ ଗ୍ରାମ ପଂଚାୟତ ରେ ଜଳ ସଙ୍କଟ ଭୟା ଭୟ, ସୋଲାର ଅଚଳ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!