ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା କାହାକୁ ଭାବନା ଛୋଟ

କାହାକୁ ଭାବନା ଛୋଟ

 

      ପ୍ରତାପ କିଶୋର ରାଉତ

 

ଛୋଟ ଫୁଲ ଟିଏ ସୁବାସ ବିତରି

      ଜଗତେ ମହାନ ହୁଏ

ଛୋଟ ପକ୍ଷୀ ଟିର କଲରବ ଶତ

      ଜନ ମନ ମୋହି ନିଏ ।

 

ଛୋଟ ଝରଣା ର କଳ କଳ ତାନ

      ଆନନ୍ଦ ଦିଅଇ ମନେ

ଛୋଟ ପିଲା ଟିର ମୁଖ ରେ ହସ ଟି

     ବିଷାଦ ଦୁରଇ ଯେହ୍ନେ ।

 

ଛୋଟ ନଈ ଟିଏ ବହି ବହି ଶେଷେ

      ବିରାଟ ରୂପ ଧରଇ

ଛୋଟ ଖଦ୍ୟୋତ ଟି ରଜନୀ ରେ ସତେ

       କେଡେ ସୁନ୍ଦର ଦିଶଇ ।

 

ଛୋଟ ଘାସ ପରେ କରକା ବିନ୍ଦୁ ଟି

       କି ସୁନ୍ଦର ଦିଶେ ଆହା

ଛୋଟ ବଟ ବୃକ୍ଷ ବଢି ବଢି ଦିନେ

       ବିରାଟ ଦ୍ରୁମ ରେ ଠିଆ ।

 

ଛୋଟ ମଧ୍ୟେ ଥାଏ ବଡ ସମ୍ଭାବନା

      ଜଗତ ର ରୀତି ଏହି

ଛୋଟ କୁ କେବେ ଟି ଛୋଟ ଭାବ ନାହିଁ

      ବଡ଼ ହୁଏ ଦିନେ ସେହି ।

ତେନ୍ତୁଳିପଦୀ, ହାଟଡ଼ିହି,କେନ୍ଦୁଝର

   

      

 

 

 

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଅର୍ଚ୍ଚନା ରଚନା 

Sunil Chandra Nayak

କବିତା – ପ୍ରଣୟ ବ୍ୟଥା

Sunil Chandra Nayak

ଭାପୁର ପଞ୍ଚାୟତର ଡ୍ରାଇଭର୍ ମହାସଂଘ ର ମହାନତା

Sunil Chandra Nayak

Leave a Comment

error: Content is protected !!