ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ମମତା ଯାଉଛି ହଯି

ମମତା ଯାଉଛି ହଯି

ନିରୁପମା ପାଣି

 

ମମତା ଯାଉଛି ହଯି ଦୁନିଆଁରୁ
ମମତା ଯାଉଛି ହଯି
ସ୍ନେହ ସମ୍ପର୍କରେ କଳଙ୍କ ଲାଗୁଛି
ଦେଖ ଚାରିଆଡେ ଆଜି!!
ପିତା ପୁତ୍ର ଠିଆ କାଠଗଡାରେ ଯେ
ହେଉଛନ୍ତି ଆଜି ଠିଆ
କାମନା ଲୋଭରେ ମାଆ ଚାଲିଯାଏ
ଛାଡିତା ଜନ୍ମିତ ଛୁଆ!!
ହାତଧରି କେହି ବାହା ହେଲାପରେ
ସ୍ତ୍ରୀ କୁ ବିକି ଦେଉଛି
ଆଉକେହି ସ୍ତ୍ରୀ ଘରେ ରଖିପୁଣି
ଦୁଇ ତିନି ବାହା ହେଉଛି!!
ବୁଢିମାଆ ମରେ ବୋହୁ ଅତ୍ୟାଚାରେ
ଭୋକ ଉପାସରେ ରହି
କେଉଁ ଠାରେ ଶାଶୁ ନଣନ୍ଦ ମାରନ୍ତି
ବୋହୁ ବେକେ ଲୁଗା ଦେଇ!!
କଳୁଷିତ ଆଜି ଏ ମାନବ ଜାତି
ନୈତିକତା ହୀନ ହୋଇ
ସଂସ୍କାର ସଂସ୍କୃତି ପୋଡି ଜାଳି ଦେଲା
ନାରୀଶିକ୍ଷା ଦ୍ୱାହୀ ଦେଇ!!
ପୁରାତନ ନାରୀ ଥିଲା ଯେ ସଂସ୍କାରୀ
ସମାଜେ ଶୃଙ୍ଖଳା ଥିଲା
ଲଜ୍ୟା ଗହଣା କୁ ମଥାରେ ଲଗେଇ
ପରିବାର ହସୁଥିଲା!!
ନଥିଲା ଭାବନା ପର କି ଆପଣା
ସମାଜେ ଥିଲା ଏକତା
ଯୌଥ ପରିବାର ପ୍ରଚଳିତ ଥିଲା
ଥିଲା ମୁରବି ର ପ୍ରଥା!!
ହଯିଗଲା ଶାନ୍ତି ଆଜି ସମାଜରୁ
ବାର୍ଦ୍ଧକ୍ୟ ଦୁଃଖ ଦାୟକ
ସେନେହ ମମତା ଆଦର ବିହୀନ
ଆଜି ଏ ଦୁନିଆଁ ଯାକ!!

ଚାନ୍ଦବାଲି
ଭଦ୍ରକ

Related posts

ଏ ଆଇ ସି ସି ସଭ୍ୟ ତରୁଣ ମାଝୀ ହେଲେ ବିହାର ମୁଙ୍ଗେର  ଡି ସି ସି ର ରିଟରନୀଙ୍ଗ ଅଫିସର

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ଚତୁର୍ଥ ଜନ ସଚେତନତା ଅଭିଯାନ

ରାଜପୁତ କ୍ଷତ୍ରିୟ ପାଇକ ସମାଜର ଦଶମ ମହାସଭା

Sunil Chandra Nayak

Leave a Comment

error: Content is protected !!