ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ନୀଳ ନିଶୀଥର ସ୍ଵପ୍ନ

 ନୀଳ ନିଶୀଥର ସ୍ଵପ୍ନ

      //ବେଣୁଧର ସୂତାର//

ଗହଳ ରାତିର ବହଳ ଅନ୍ଧାରେ
ମୟାଭରା କାୟା ମେଲି
ନୀଳ ନିଶୀଥର ସ୍ଵପ୍ନ ଗୋ ତୁମ
ଭାନୁମତୀ ପେଡି ଖୋଲି ।
ନୟନରେ ଭର ତନ୍ଦ୍ରା ମଦିରା
ରୋମାଞ୍ଚିତ ସମ୍ମୋହନ
ସତେ ଯାଦୁକରୀ ସପନ ମାଧୁରୀ
ଭାବାବେଗେ ଝୁମେ ମନ ।
ତୁମେଚାରୁହାସୀ ଲାସ୍ୟ ମଦାଳସୀ
ଚମକ ଚପଳ ଛନ୍ଦା
ଅନୁରାଗମୟୀ ମଧୁଳଗ୍ନ ମାୟା
ଆଶାର ଅଳକାନନ୍ଦା ।
ଭାବ ପ୍ରାଚୁର୍ଯ୍ୟର ମନ୍ଦ୍ର ମଧୁର
ନୈସର୍ଗୀକ ଉପହାର
ବୟସ ବାସର ସ୍ଵପ୍ନ ଉପଚାର
ସମ୍ମୋହିତ ଜୀବନର ।
ସପନ କୁହୁକ ମହୁଆ ମାଦକ
ମୋହିତ ଅନ୍ତର ତଳେ
ନୀଳଆବେଗର ବେଗମତୀ ବନ୍ୟା
ସପନର ଅନ୍ତରାଳେ ।
ସ୍ଵପ୍ନର ମଦିରା କରେ ଆତ୍ମହରା
ନୀଳଆଖି ତୀର ଚାଳି
ଚହଲା ଯୌବନ ସ୍ଵପ୍ନବନେ ଫୁଟେ
ପ୍ରେମର ମୁକ୍ତାବଳୀ ।
ପ୍ରୀତି ଫୁଲ ଏଠି ମହମହ ବାସେ
ମନଗାଏ ପଦ୍ମ ତୋଳା
ମନ ଭୁବନରେ ସମ୍ଭାବନା ତୋଳେ
ସୁଖ ସୌଭାଗ୍ୟର ବେଳା ।
ତାରୁଣ୍ୟ ମନରେ ତନ୍ମୟ ମୁହୂର୍ତ୍ତେ
ଉନ୍ମାଦନା ଯାଏ ବଢ଼ି
ମନ କୁଞ୍ଜବନେ ଫୁଟଇ ଗୋପନେ
ସପନର ଫୁଲକଢି ।
ସ୍ଵପ୍ନ ତୁମେ ପରା ଗହନ ମନର
ଛାୟା ସ୍ନିଗ୍ଧ ସମ୍ମୋହନ
ଭରିଦିଅ ହୃଦେ କର୍ତ୍ତବ୍ୟବୋଧର
ଭାବମୟ ମୂଲ୍ୟାୟନ ।

କେଶଦୁରାପାଳ କେନ୍ଦୁଝର

Related posts

ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନ୍ତେବାସୀ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ? ଅଗ୍ନିଶମ ସୁରକ୍ଷା ଅନୁମତି ବିନା ଚାଲିଛି ବିଦ୍ୟାଳୟ ଛାତ୍ରୀ ଓ ଛାତ୍ରାବାସ !

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ଖିଆ ପିଲା

Sunil Chandra Nayak

Leave a Comment

error: Content is protected !!