ସାଥୀ ବିନା ଶ୍ରାବଣ
ଉପେନ୍ଦ୍ର କୁମାର ବସ୍ତିଆ
ଝିପି ଝିପି ବର୍ଷା ହେଲେ
ମନେପଡେ ସାଥୀ କଥା ମୋର
ବର୍ଷାରେ ଭିଜେଇ ସିଏ
ସରାଗରେ ଧରି ମୋର କର ।
ଅଧା ବାଟୁ ଚାଲିଗଲା
ଛାଡ଼ିଦେଇ ସିଏ ମୋର ହାତ
ଆଉ ଏ ଶ୍ରାବଣ ମାସେ
ମନ ମୋର ଗାଉ ନାହିଁ ଗୀତ ।
ପୁଅ ବୋହୂ ଝିଅ ଜୋଇଁ
ନାତି ନାତୁଣୀ ଦେଲେ ଯେତେ ଶ୍ରଦ୍ଧା
ମନେ ପଡିଗଲେ ସାଥୀ
ଆଖି ଲୁହ ମାନେ ନାହିଁ ବାଧା ।
ସାଥୀ ସିନା ପାଶେ ଥିଲେ
ସବୁ ବର୍ଷା ଲାଗଇ ମଧୁର
ଆକାଶରେ ମେଘ ଦେଖି
ନାଚି ଯାଏ ମନର ମୟୂର ।
ସାଥୀ ସାଥେ ଭିଜୁ ଥିଲେ
ଦେହ ଥଣ୍ତା ମନ ଲାଗେ ଉଷ୍ମ
ଜଣା ପଡ଼େ ନାହିଁ କିଛି
କିବା ଶୀତ ଆଉ କିବା ଗ୍ରୀଷ୍ମ ।
ଶ୍ରାବଣଟା ମୂଲ୍ୟ ହୀନ
ମୋ ଲାଗି ସାଥୀ ନାହିଁ ଯେଣୁ
ଶାନ୍ତ ହୋଇ ଯାଇ ଅଛି
କେଉଁ କାଳୁ ମୋ ମନର ବେଣୁ ।
ରାଉରକେଲା