ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ଙ୍କୁ ଉପେକ୍ଷା ନେଇ ସାମ୍ବାଦିକ ସଂଘର  ତୀବ୍ର ପ୍ରତିବାଦ

ଜୁନାଗଡ଼,୫/୪(ନି.ପ୍ର) ଜୁନାଗଡ ସାମ୍ବାଦିକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ଉପକ୍ଷା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l ଜୁନାଗଡ ଅଞ୍ଚଳ ରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟରତ ଅଛନ୍ତି l ବର୍ତମାନ୍ ଦେଶ ରେ ଏବ୍ଂ ରାଜ୍ୟ ରେ ଗଣ ମାଧ୍ୟମ ପ୍ରତିନିଧି ମାନେ ଅନେକ ବାର ଆକ୍ରୋସ ର ଶିକାର ହେଉଥିବା ଦେଖିବାକୁ ମିଳୁଛି l ଯାହା ଗଣ ମାଧ୍ୟମ ପ୍ରତିନିଧି ଙ୍କ ପାଇଁ ଏକ ଉଦବେଗ ଜନକ ପରିସ୍ଥିତି ତେଣୁ ଏହାକୁ ଜୁନାଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି l ଏଥି ସହ ଜୁନାଗଡ ଅଞ୍ଚଳରେ ବିଭିନ୍ନ ସରକାରୀ ରାଜନୈତିକ ଓ ବେସରକାରୀ ଅନୁଷ୍ଠାନ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନଙ୍କ୍ ପ୍ରତି ପୁରା ଉପେକ୍ଷା କରାଯାଉଚି l ଏପରିକି ଏହି ସବୁ କାର୍ଯ୍ୟକ୍ରମ ରେ ସୂଚନା ମଧ୍ୟ ଦିଆ ଯାଉନି l ଏଥିନେଇ ଜୁନାଗଡ ସାମ୍ବାଦିକ ସଂଘ ଉଦବେଗ ପ୍ରକାଶ କରି ଏହାର ଦୃଢ଼ ନିନ୍ଦା କରିଛି l ଆଗାମୀ ଦିନ ରେ ଏହି ସବୁ ଅନୁଷ୍ଠାନ ଏଥିନେଇ କୋଣସି ଯତ୍ନବାନ୍ ନ ହୁଅନ୍ତି ତାହେଲେ ଏହାର ଦୃଢ଼ ଜାବାବ ଦିଆଯିବ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି।ଏପରିକି କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂଗଠନ ଯଦି କୌଣସି ସାମ୍ବାଦିକଙ୍କୁ ଆକ୍ରୋଶର ଶିକାର କରନ୍ତି ତା ହେଲେ ସାମ୍ବାଦିକ ସମୂହ କଠୋର ପଦକ୍ଷେପ ନେବେ ବୋଲି ମଧ୍ୟ ମତପ୍ରକାଶ ପାଇଛି। ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ବରିଷ୍ଠ କର୍ମକର୍ତା ନରେନ୍ଦ୍ର କ୍ଷୀତି, ପ୍ରଭାକର ସେଠି, ହିମାଂଶୁ ବରାଡ଼, ସନ୍ତୋଷ ସିଂହଦେଓ,ଖଗେ ଧଙ୍ଗ ଡ଼ାମାଝୀ, ରବି ସୁନାନୀ,ବିଭୁପ୍ରସାଦ ପାଢ଼ୀ, କୁମରମଣି ଦୁର୍ଗା,ସୁନ୍ଦରମୋହନ ଛାତ୍ରୀଆ, ପ୍ରବୀଣ ପଟ୍ଟନାୟକ, ରାକେସ ବେମାଲ, ଆଦିତ୍ୟ ମହାନ୍ତି ରଜନୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ସରୋଜ କୁମାର ସାହୁ ଙ୍କ କବିତା ମାଣବସା ଗୁରୁବାର

Sunil Chandra Nayak

ଡାବୁଗାଁ ବଜାର ଉପରେ ଥିବା ରେଡି ବ୍ରଦର୍ସ ମୁଢି ଫ୍ୟାକ୍ଟ୍ରି କୁ ବଜାର ବାହାରକୁ ସ୍ଥାନାନ୍ତର ହେବାକୁ ଦାବୀ

Sunil Chandra Nayak

ବିଭିନ୍ନ ସ୍ଥାନରେ ମହାପଭୂ ଶ୍ରୀଜିଉଙ୍କ ରଥଯାତ୍ରା ପାଳିତ

Leave a Comment

error: Content is protected !!