ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ସହ ଅଧିବାସ ଅନୁଷ୍ଠିତ

 କୋକସରା,୮/୧୨- ମାଣବସା ଗୁରୁବାର ଲକ୍ଷ୍ମୀଙ୍କର ପୂଜା ପାଇଁ ବୁଧବାର କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନି ନରିଆପଡାରେ ମହା ଆଡମ୍ବରରେ କଲସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ପୂଜାକର୍ତା ଭାବେ କେଦାର ନାଏକ ସପତ୍ନୀକ ପୂଜା ଦାୟିତ୍ଵ ତୁଲାଉଛନ୍ତି। ବୁଧବାର ସକାଳେ ଘଣ୍ଟୁଆ, ସଂକୀର୍ତ୍ତନ ଦଳରେ କଲସ ଯାତ୍ରା ଶତାଧିକ ସଂଖ୍ୟାରେ ମହିଳା, ଗ୍ରାମବାସୀ ମାନେ ସାମିଲ ହୋଇ ନଗର ପରିକ୍ରମା କରିବା ସହ ପୁଣ୍ୟ ପୁଷ୍କରିଣୀର ପବିତ୍ର ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଛନ୍ତି। ମଙ୍ଗଳବାର ସକାଳରୁ ରୀତିନୀତି ଅନୁସାରେ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯିବ। କମିଟିର ସଭାପତି ଗୋପିଚନ ନାଏକ, ଉପ ସଭାପତି ସରୋଜ ଭଞ୍ଜ ସଦସ୍ୟ କ୍ଷିରସିନ୍ଧୁ ରାଉତ, ଚୈତନ୍ୟ ରାଉତ, ସୁକଚନ ରାଉତ, ସିତାରାମ ରାଉତ, ଧନେଶ୍ଵର ରାଉତ, ଦେବାନନ୍ଦ ରାଉତ ଓ ବରାଡଙ୍ଗା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ଓ ଗ୍ରାମବାସୀ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭିନ୍ନ ଏକ ରଜ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ରଜ କୁଇନ୍

Sunil Chandra Nayak

Leave a Comment

error: Content is protected !!