ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ସହ ଅଧିବାସ ଅନୁଷ୍ଠିତ

 କୋକସରା,୮/୧୨- ମାଣବସା ଗୁରୁବାର ଲକ୍ଷ୍ମୀଙ୍କର ପୂଜା ପାଇଁ ବୁଧବାର କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନି ନରିଆପଡାରେ ମହା ଆଡମ୍ବରରେ କଲସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ପୂଜାକର୍ତା ଭାବେ କେଦାର ନାଏକ ସପତ୍ନୀକ ପୂଜା ଦାୟିତ୍ଵ ତୁଲାଉଛନ୍ତି। ବୁଧବାର ସକାଳେ ଘଣ୍ଟୁଆ, ସଂକୀର୍ତ୍ତନ ଦଳରେ କଲସ ଯାତ୍ରା ଶତାଧିକ ସଂଖ୍ୟାରେ ମହିଳା, ଗ୍ରାମବାସୀ ମାନେ ସାମିଲ ହୋଇ ନଗର ପରିକ୍ରମା କରିବା ସହ ପୁଣ୍ୟ ପୁଷ୍କରିଣୀର ପବିତ୍ର ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଛନ୍ତି। ମଙ୍ଗଳବାର ସକାଳରୁ ରୀତିନୀତି ଅନୁସାରେ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯିବ। କମିଟିର ସଭାପତି ଗୋପିଚନ ନାଏକ, ଉପ ସଭାପତି ସରୋଜ ଭଞ୍ଜ ସଦସ୍ୟ କ୍ଷିରସିନ୍ଧୁ ରାଉତ, ଚୈତନ୍ୟ ରାଉତ, ସୁକଚନ ରାଉତ, ସିତାରାମ ରାଉତ, ଧନେଶ୍ଵର ରାଉତ, ଦେବାନନ୍ଦ ରାଉତ ଓ ବରାଡଙ୍ଗା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ଓ ଗ୍ରାମବାସୀ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଅସହାୟଙ୍କ ପାଇଁ ଅପହଞ୍ଚ ସାମାଜିକ ସୁରକ୍ଷା ଯୋଜନା 

ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟାକାଣ୍ଡର ଅନ୍ଯତମ ଆସାମୀ ଲବ ବାରୀଙ୍କୁ ଆଜୀବନ କାରାଦଣ୍ଡ -ରାଇରଙ୍ଗପୁର କୋର୍ଟ

Sunil Chandra Nayak

ମୁଢୀ ଏମିତି ଏକ ଖାଦ୍ୟ ଦ୍ରବ୍ୟ ଯାହା ଆମ ଓଡିଆଙ୍କ ଘରେ ଘରେ ସମସ୍ତେ ବ୍ୟବହାର କରନ୍ତି । ଏହା ଏକ ପ୍ରାଚୀନ ଖାଦ୍ୟ ଦ୍ରବ୍ୟ

Sunil Chandra Nayak

Leave a Comment

error: Content is protected !!