ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜସ୍ବ ଗୃହ ନିର୍ମାଣ ଚାଲିଛି , ସରପଞ୍ଚ ଜାଣି ନାହାନ୍ତି କେଉ ବିଭାଗ ଓ କେତେ ଟଙ୍କା ବ୍ୟୟରେ କାର୍ଯ୍ୟ ହେଉଛି l

ତଦାରଖ ଅଭାବରୁ ନିମ୍ନ ମାନର କାର୍ଯ୍ୟ 

ରାଇଘର ୦୮:୧୨:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଗଞ୍ଜାପାରା ପଞ୍ଚାୟତର ମଶାଣି ପଦା ନିକଟରେ ଏକ ବିରାଟ ଗୃହ ନିର୍ମାଣ କାର୍ଯ୍ୟ ଜାରୀ ରହିଛି l ଘଟଣା ସ୍ଥଳରେ କୌଣସି ପ୍ରକାର ସୂଚନା ଫଳକ ନ ଥିବା ଯୋଗୁଁ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ଅବଗତ ହୋଇ ପାରି ନାହାନ୍ତି l କେଉ ବିଭାଗ କେତେ ଟଙ୍କା ବ୍ୟୟରେ ଉକ୍ତ ଗୃହ ନିର୍ମାଣ ଚାଲିଛି ସମସ୍ତେ ଅଜ୍ଞ ଥିବା ବେଳେ ବର୍ତମାନ କାର୍ଯ୍ୟ ସ୍ଥଳରେ ଯେଉ କାର୍ଯ୍ୟ ଆରମ୍ଭ ହୋଇଛି ଘଟଣା ସ୍ଥଳରେ କୌଣସି ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳି ନାହିଁ l ଯାହା ଫଳରେ ସାମଗ୍ରୀ କେତେ ପରିମାଣର ମିଶୁଛି ଜଣାପଡୁ ନାହିଁ l ଶ୍ରମିକ ମିସ୍ତ୍ରୀ ସହ ଠିକାଦାରଙ୍କ ମେଟଙ୍କ ଉପସ୍ଥିତିରେ କାର୍ଯ୍ୟ ଜାରୀ ରହୁଥିବା ବେଳେ ନିମ୍ନ ମାନର ସାମଗ୍ରୀ ଲଗାଇବା ମଧ୍ୟ ଆଶଙ୍କା ରହିଛି l ବର୍ତ୍ତମାନ ଉକ୍ତ ଗୃହର ରୋଡ ବନ୍ଧା ସହ ତଳର ମୁଖ୍ୟ କାର୍ଯ୍ୟ ହେଉଥିବା ସମୟରେ ବଡ଼ ବଡ ମେଟାଲ ଜଡ଼ିତରେ କାର୍ଯ୍ୟ ହେଉଛି l ସଂପୃକ୍ତ କାର୍ଯ୍ୟ ମଧ୍ୟରେ କିଛି ପୁରୁଣା ପଥର ମେଟାଲ ପଡ଼ିଥିବା ଦେଖିବାକୁ ମିଳିଛି l ତଳର ମୁଖ୍ୟ କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିବା କାର୍ଯ୍ୟର ସ୍ୱଚ୍ଛତା ଉପରେ ନାନା ଚର୍ଚ୍ଚା ହେଉଛି l କେଉ କାର୍ଯ୍ୟ କେଉ ବିଭାଗ ଦ୍ବାରା କାର୍ଯ୍ୟ ହେଉଥିବା ଜାଣିବା ନିମନ୍ତେ ଗଞ୍ଜାପାରା ସରପଞ୍ଚଙ୍କୁ ପଚାରିବାରୁ ରାଜସ୍ବ କାର୍ଯ୍ୟାଳୟ ନିର୍ମାଣ ହେଉଛି କିନ୍ତୁ କେଉ ବିଭାଗ କେତେ ଟଙ୍କା ବ୍ୟୟରେ ହେଉଛି ମୋ ପାଖରେ ମଧ୍ୟ ସୂଚନା ନାହି ବୋଲି କହିଥିଲେ l ତେବେ ପଞ୍ଚାୟତ ର ମୁଖ୍ୟ ସରପଞ୍ଚଙ୍କ ଅଜାଣତରେ କାର୍ଯ୍ୟ ହେଉଥିବା ବେଳେ ସମସ୍ତ ସୂଚନା ଦେଇ କାର୍ଯ୍ୟ ଆରମ୍ଭ କରିବା କଥା କିନ୍ତୁ ଏଠାରେ ଖୁଲମ୍ ଖୁଲା ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ଅଜାଣତରେ କାର୍ଯ୍ୟ କରୁଛନ୍ତି l ତେବେ ଏ ସମ୍ପର୍କରେ ସୂଚନା ନେବା ପରେ ଜଣାପଡ଼ିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ବ କାର୍ଯ୍ୟାଳୟ ଗୃହ ନିର୍ମାଣ ହେଉଥିବା ଜଣାପଡିଛି l ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କାର୍ଯ୍ୟର ତଦାରଖ ନ କରିବା ଉପରେ ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି l ସ୍ଥାନୀୟ ଲୋକ ପ୍ରତିନିଧି ସରପଞ୍ଚ ସମିତି ସଭ୍ୟ ମାନଙ୍କୁ ସୂଚନା ଦେଇ କାର୍ଯ୍ୟ କରିବା କଥା କିନ୍ତୁ ଯେଉ ଭଳି ସୂଚନା ନ ଦେଇ କାର୍ଯ୍ୟ କରିଛନ୍ତି ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

Sunil Chandra Nayak

ଗୋଲାମୁଣ୍ଡା ଠାରେ ଦିନଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା ଅନୁଷ୍ଠିତ

Sunil Chandra Nayak

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ “ଗୀତା ଜୟନ୍ତୀ” ପାଳିତ

Sunil Chandra Nayak

Leave a Comment

error: Content is protected !!