ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦ୍ମପୁର ବିଧାନସଭା ଆସନରେ ବିଜେଡି ଦଳର ବିପୁଳ ବିଜୟ ନେଇ ଡାବୁଗାଁ ବ୍ଲକ ସଦର ମହକୁମାରେ ବିଜୟ ଉଚ୍ଛବ ପାଳିତ

ନବରଙ୍ଗପୁର—(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାରେ ଅପରାହ୍ନ ୫ଘଣ୍ଟା ୩୦ମିନିଟରେ ରାଜ୍ୟ ରାଜପଥ-୩୯ ମା ତାରେଣି ମନ୍ଦିର ଛକରେ ପଦ୍ମପୁର ବିଧାନସଭା ଆସନରୁ ବିଜେଡି ବିପୁଳ ବିଜୟ ନେଇ ବିଜୟ ଉଚ୍ଛବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି।ପଦ୍ମପୁର ଆସନରେ ବିଧାୟକ ବିଜୟ ସିଙ୍ଗ ବରିହା ଙ୍କ ଦେହାନ୍ତ ପରେ ଉକ୍ତ ଆସନ ପାଇଁ ନିର୍ବାଚନ ହୋଇଥିବାବେଳେ ସ୍ଵର୍ଗିୟ ବିଧାୟକ ଙ୍କ ଝିଅ ବର୍ଷାରାଣୀ ସିଙ୍ଗ ବରିହା ବିଜେଡି ର ବିଧାୟିକା ପ୍ରାର୍ଥି ଭାବେ ପ୍ରତିଦ୍ଵନ୍ଦିତା କରିଥିଲେ। ବିପୁଳ ବିଜୟ ହାସଲ କରିଥିବାରୁ ଆଜି ଡାବୁଗାଁ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ନେତ୍ରୁତ୍ଵରେ ସାନ୍ସଦ ପ୍ରତିନିଧି ଏମ୍ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ,ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବିଣା ମାଝୀ ଓ ଉପାଧ୍ୟକ୍ଷ ସଦାନନ୍ଦ ନାୟକ,ପୁର୍ବତନ ସରପଞ୍ଚ ଜି ପ୍ରକାଶ ରାଓ,ପି ନାଗା ରାଓ,ଆର୍ ପ୍ରକାଶ ରାଓ,ଗେଦୁ ପଟ୍ଟନାୟକ,ଟି ପ୍ରସାଦ ରାଓ,ଟି ଜୁଗୁନୁ ବାବୁ,ହିରନ୍ୟ ମାଝୀ,ଜି ମୁରଲି ରାଓ,ବାସି ରାଓ, ବବଲୁ ତ୍ରିପାଠୀ ଓ ଭଗବାନ ଖୁଣ୍ଟିଆ ପ୍ରମୁଖ ବହୁ କର୍ମି ଉପସ୍ଥିତ ରହି ବିଜେଡି ସରକାରଙ୍କ ଜୟ ଜୟକାର ଧ୍ଵନୀ ଦେଇ ଆତସବାଦୀ ଫୁଟାଇ ବିଜୟ ଉଚ୍ଛବ ମନାଇ ଖୁସି ହୋଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ ଵାପା

ଚିତ୍ରଗୁପ୍ତ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ନୂଆପଡା ଘଟିପଡା ୩୫୩ ନଂମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

Leave a Comment

error: Content is protected !!