ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

କୋକସରା,୮/୧୨- କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡା ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମକୁ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଳପାଲି ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପାତ୍ର, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, କୋକସରା ବ୍ଲକ ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଇନ୍ଦ୍ରାବତୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା, କାଉଡୋଳା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସିଂ, ଲଡୁଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ନେଗିଗୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ଶିକ୍ଷକ ରାଜେଶ ମାଝୀ, ମହେଶ ଭାଟି, ମାନସ କୁମାର ସାହୁ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ମଞ୍ଚାସିନ ହୋଇ ବ୍ଲକର ବିଭିନ୍ନ ହାଇସ୍କୁଲରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବକ୍ତା ମାନେ ବିଜ୍ଞାନର ଆଜିର ମଣିଷ ସମାଜ ରେ ଆବଶ୍ୟକତା ଓ ଏହାର ସମାଜ ଉପରେ ପଡୁଥିବା ସକାରାତ୍ମକ ଓ ନକାରାତ୍ମକ ଦିଗ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର ଡେମୋ ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବିଜ୍ଞାନ ଭିତ୍ତିକ ସାଧାରଣ ଜ୍ଞାନ ପ୍ରତିଯୋଗିତାକୁ ବିଚାରକ ଭାବେ ଶିକ୍ଷକ ସଞ୍ଜୀବ କୁମାର ପାଢୀ ଓ ନିଳାମ୍ବର ଦାସ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟର ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ବରିଷ୍ଠ ବିଜ୍ଞାନ ଶିକ୍ଷକ ପୋଲିସ ହାଇସ୍କୁଲ ଭବାନୀପାଟଣା ରବିନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ନିଶକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଅନିରୁଦ୍ଧ ପାତ୍ର ଉପସ୍ଥିତ ମଞ୍ଚରେ ଉପସ୍ଥିତ ରହି ବରିଷ୍ଠ ଓ କନିଷ୍ଠ ବର୍ଗରେ ପ୍ରଦର୍ଶିତ ବିଜ୍ଞାନ ମେଳାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମ ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ଗୋବର୍ଦ୍ଧନ ବେମାଲ ପରିଚାଳନା କରିଥିଲେ। ଶିକ୍ଷକ ସାମନ୍ତ ପାଟ୍ଟଯୋଷୀ ଓ ସଞ୍ଜୀବ କୁମାର ପାଢୀ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଓପନ ଫର ଅଲ ଫାଉଣ୍ଡେସନର ୫ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ’ ଓସ୍ୱାସ୍’ ଅନ୍ ଲାଇନ୍ ଚିଠି ଓ ନଥିପତ୍ର କାର୍ଯ ର ଶୁଭାରମ୍ଭ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!