ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦେଶୀ ମଦ ଜବତ, ଜଣେ ଗିରଫ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଫୋରୱେ ରାସ୍ତା ରେ ସିନାପାଲି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି ଏନ୍ଫୋର୍ସମେଣ୍ଟ ଡ୍ୟୁଟି ସମୟରେ ଏକ ବାଇକ ଯୋଗେ ବେଆଇନ ବିଦେଶୀ ମଦ ବିକ୍ରୀ ପାଇଁ ନେଉଥିବା ବେଲେ ୨୩ ଲିଟର ବିଦେଶୀ ମଦ, ଏକ ବାଇକ ସହ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ଯକ୍ତି ଜଣକ କେନ୍ଦୁମୁଣ୍ତା ପଞ୍ଚାୟତ ଧିଙ୍ଗିଆମୁଣ୍ତା ଗ୍ରାମର ଜିତେନ୍ଦ୍ର ଖର୍ସେଲ (୩୨)ବୋଲି ଜଣାପଡିଛି। ସୁଚନା ଅନୁସାରେ ଆଜି ସକାଲ ୧୧ ଘଣ୍ଟା ସମୟରେ ସିନାପାଲି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି ଏନ୍ଫୋର୍ସମେଣ୍ଟ ଡ୍ୟୁଟି ସମୟରେ ଉକ୍ତ ବ୍ଯକ୍ତି ଜଣକ ଫୋରୱେ ରାସ୍ତା ରେ ଏକ ବାଇକ ଯୋଗେ ବିଦେଶୀ ମଦ ୨୩ ଲିଟର ନେଉଥିବା ବେଲେ ଜବତ କରିବା ସହ ହିରୋ ଗ୍ଲୋମର ବାଇକ ଗାଡି ନମ୍ୱର ସିଜି ୦୪ ସିୟୁ ୭୨୭୧ ସହ ଉକ୍ତ ବ୍ଯକ୍ତି ଙ୍କୁ ଗିରଫ କରାଯାଇଥିବା ସୁଚନା ମିଲିଛି। ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ବୁଢ଼ାର୍‌ ଧଂଗ୍‌ରା ସୋର୍‌

Sunil Chandra Nayak

ଦୁଇ ଦଫା ଦାବୀ ନେଇ ସର୍ଗିଗୁଡା ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

Sunil Chandra Nayak

ସହିଦ ରେଣ୍ଡୋମାଝୀ ୧୬୭ ତମ ସହିଦ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!