ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ପଙ୍କ ପଦୁଅଁ

ପଙ୍କ ପଦୁଅଁ

ସବୁଜ ପାହାଡ ତଳେ ତଳେ

ପାହାଡି ନଈର କୂଳେ କୂଳେ

ଅଧା ମାଟି କାନ୍ଥ ଝିଲିମିଲି

ଭଙ୍ଗା କୁଡ଼ିଆରେ ସୁରୁବାଲି

ପ୍ଲାଷ୍ଟିକ ଗୋଟାଏ ଫଟା ଅଖା ଟିରେ

ସହରର ଗଳି କନ୍ଦି ବୁଲି ।

ବନଞ୍ଜରା ଜାତିର ସୁକୁମାରୀ

ହେମ ଗୋରୀ ସିଏ ଅପସରୀ

ଜଙ୍ଗଲର ମଲ୍ଲି କଢ ଟିଏ

ନ ଫୁଟୁଣୁ ବାସ ଚହଟାଏ

ଲକ୍ଷ୍ୟ ନିଷ୍ଟ ସିଏ ପ୍ଲାଷ୍ଟିକରେ

ଲକ୍ଷ୍ୟ ଭ୍ରଷ୍ଟ କରେ ପଥର ପଥିକ

ଯଉବନ ତନୁ ତରଙ୍ଗରେ ।

ଚିରା ବସନରେ ତନୁ ଲତା

ଫୁଟି ଦିଶେ ଦେହ ସତ କଥା

ଉକୁଟଇ ତନୁ ଯଉବନ

ସ୍ନାୟୁ ଉତ୍ତେଜନା ଘନ ଘନ

ଲକ୍ଷ୍ୟ ନାହିଁ ତା କକ୍ଷ ପଥରେ

କିଏ କେତେ କରେ ଅନୁମାନ ।

ପ୍ରତେ ହୁଏ ସତେ ଭୋକିଲା ଏ

ସେ ଜାତିରେ ଜନ୍ମ ଦେଲା କିଏ

କିଏସେ ସ୍ରଷ୍ଟା କାହିଁ ପାଇଁ 

ଏମିତି ଗଢିଛି ମନ ଦେଇ

ଲୟ ରଖି ବ।ଳା ପ୍ଲାଷ୍ଟିକ ଗୋଟାଏ

ପଥିକର ଦେହ ଜଳି ଯାଇ ।

ସେ ଚିତ୍ରର ମୁଁ ଚିତ୍ରକାର

ବୁଲିଚି ମୁଲକ ବହୁବାର

ଦେଖିଚି ରୂପସୀ ଶତ ଶତ

ଅର୍ଦ୍ଧ ଅବୟବ ଅନାବୃତ 

ତଥାପି କାହିଁକି ଆବୃତ ଶରୀରେ

ଦେଖଣାହାରି ର ଏଇ ଭାବ ।

(ପାଠକ ବନ୍ଧୁ ମତାମତ ରଖିବେ)

 

କାଙ୍ଗାଳି ଚରଣ ସେଠୀ

ଅବସର ପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ

ଯାଜପୁର ରୋଡ଼

 

Related posts

ଚାରବାହାଲରେ ଋଣ ସମନ୍ଵୟ ମେଳା , ୫୧ ଏସଏଚଜିଙ୍କୁ ୧.୮୪ କୋଟି ଟଙ୍କାର ପ୍ରଦାନ

Sunil Chandra Nayak

ରୁପ୍ରା ପେକ୍ସ୍ ର ସଭାପତି ଭାବରେ ସରୋଜ ରାଉତ ନିର୍ଦ୍ଵନ୍ଦରେ ନିର୍ବାଚିତ

Sunil Chandra Nayak

ବିପୁଳ ପରିମାଣର ଶାଗୁଆନ କାଠ ଜବତ କଲା ବନବିଭାଗ

Sunil Chandra Nayak

Leave a Comment

error: Content is protected !!