ପଙ୍କ ପଦୁଅଁ
ସବୁଜ ପାହାଡ ତଳେ ତଳେ
ପାହାଡି ନଈର କୂଳେ କୂଳେ
ଅଧା ମାଟି କାନ୍ଥ ଝିଲିମିଲି
ଭଙ୍ଗା କୁଡ଼ିଆରେ ସୁରୁବାଲି
ପ୍ଲାଷ୍ଟିକ ଗୋଟାଏ ଫଟା ଅଖା ଟିରେ
ସହରର ଗଳି କନ୍ଦି ବୁଲି ।
ବନଞ୍ଜରା ଜାତିର ସୁକୁମାରୀ
ହେମ ଗୋରୀ ସିଏ ଅପସରୀ
ଜଙ୍ଗଲର ମଲ୍ଲି କଢ ଟିଏ
ନ ଫୁଟୁଣୁ ବାସ ଚହଟାଏ
ଲକ୍ଷ୍ୟ ନିଷ୍ଟ ସିଏ ପ୍ଲାଷ୍ଟିକରେ
ଲକ୍ଷ୍ୟ ଭ୍ରଷ୍ଟ କରେ ପଥର ପଥିକ
ଯଉବନ ତନୁ ତରଙ୍ଗରେ ।
ଚିରା ବସନରେ ତନୁ ଲତା
ଫୁଟି ଦିଶେ ଦେହ ସତ କଥା
ଉକୁଟଇ ତନୁ ଯଉବନ
ସ୍ନାୟୁ ଉତ୍ତେଜନା ଘନ ଘନ
ଲକ୍ଷ୍ୟ ନାହିଁ ତା କକ୍ଷ ପଥରେ
କିଏ କେତେ କରେ ଅନୁମାନ ।
ପ୍ରତେ ହୁଏ ସତେ ଭୋକିଲା ଏ
ସେ ଜାତିରେ ଜନ୍ମ ଦେଲା କିଏ
କିଏସେ ସ୍ରଷ୍ଟା କାହିଁ ପାଇଁ
ଏମିତି ଗଢିଛି ମନ ଦେଇ
ଲୟ ରଖି ବ।ଳା ପ୍ଲାଷ୍ଟିକ ଗୋଟାଏ
ପଥିକର ଦେହ ଜଳି ଯାଇ ।
ସେ ଚିତ୍ରର ମୁଁ ଚିତ୍ରକାର
ବୁଲିଚି ମୁଲକ ବହୁବାର
ଦେଖିଚି ରୂପସୀ ଶତ ଶତ
ଅର୍ଦ୍ଧ ଅବୟବ ଅନାବୃତ
ତଥାପି କାହିଁକି ଆବୃତ ଶରୀରେ
ଦେଖଣାହାରି ର ଏଇ ଭାବ ।
(ପାଠକ ବନ୍ଧୁ ମତାମତ ରଖିବେ)
କାଙ୍ଗାଳି ଚରଣ ସେଠୀ
ଅବସର ପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
ଯାଜପୁର ରୋଡ଼