ଅନଳ ବର୍ଷା
ମାନଗୋବିନ୍ଦ ସ୍ବାଇଁ
ଓଡ଼ିଶା ଜଳୁଛି ଅନଳ ବରଷା
ଗଛ ପ୍ରାଣୀ ପଡ଼େ ଦଶା
ଡିଗ୍ରୀ ତାପମାତ୍ରା ଯାଉଅଛି ବଢ଼ି
ପ୍ରାଣୀ ପ୍ରାଣ ଉଡ଼େ ହଂସା।
ପ୍ରକୃତି ଦାଣ୍ଡବ ଗଢିଛି ମଣିଷ
ଭୋଗିବା ହବ ସଂଗ୍ରାମ
ଜଳ ବାୟୁ ହେଲା ଯେ ପରିବର୍ତ୍ତନ
ନଷ୍ଟ ପରିବେଶ ସ୍ଥାନ।
ହାତେ ଦାଆ କାତି କାଟି ଦ୍ରୁମ ନିତି
ଜଙ୍ଗଲ ହେଲାଣି ସଫା
ମାଟିର ଉତ୍ତାପ ଦେହର ଉତ୍ତାପ
ଚାଲି ବଢ଼େ ଅଗ୍ନି ଶିଖା ।
କାଳିଆ ଶରଣ ତୋ ପାଦ ଭରସା
ଅଗ୍ନି କର ଜନ ରକ୍ଷା
ପ୍ରକୃତି ଦେବତା ପ୍ରକୃତି ବରଷା
ଜନ ଗଛ ଲଗା ଶିକ୍ଷା।
ମାନୁ ନାହିଁ ଛତା ମାନୁ ନାହିଁ ଜୋତା
ଅନଳ ବହେ ପବନ
କେମିତି ବଞ୍ଚିବା କେମିତି ଚାଲିବା
ଅକାଳ ଯାଏ ଜୀବନ।
ଝାଞ୍ଜି ବାହା ଦେଲା ମୁହଁପୋଡ଼ି ଚାଲେ
ଟୋପାଏ ଜଳ ଗରମ
ଦେହ ହାତ ସିଜି କାଳିଆ ପଡୁଛି
ଶରୀର ହେଲା ନରମ।
ଗୋଜାବନ୍ଧ ମହାକାଳପଡ଼ା