ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଡିଆ କଟା କାତି ରେ ଯୁବକଙ୍କୁ ଆକ୍ରମଣ

ନର୍ଲା (ମସିହା) ,କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ରେଳ ଷ୍ଟେସନ ପରିସରରେ ଗତ କାଲି ରାତ୍ରି ଆଠଟା ସମୟରେ ଜଣେ ସାଧୁ ବାବା ଏକ ନଡିଆ କଟା କାତି (ଛୁରୀ) ରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରିଛି । ପ୍ରାପ୍ତ ସୂଚନା ଅନୁସାରେ ରୁପ୍ରାରୋଡ ରେଳ ଇଞ୍ଜିନିୟରିଙ୍ଗ ରେ କାଯ୍ୟ କରୁଥିବା ଲୋକଙ୍କ ପାଇଁ ରୋଷେଇ କରିବା ପାଇଁ ନର୍ଲା ବ୍ଳକ ସାଲେପଡାର ରୋଷେୟା ସୀମା ଖଡଙ୍ଗା ଙ୍କ ପୁଅ ପ୍ରଶାନ୍ତ ଖଡଙ୍ଗା ପ୍ରାଇଭେଟ ନିଯୁକ୍ତ ହୋଇ ରୋଷେଇ କାଯ୍ୟ ତୁଲାଉ ଥିଲେ । କାଲି ଦୀପାବଲୀ ଯୋଗୁ ଶିଘ୍ର ରୋଷେଇ କାଯ୍ୟ ସମାପ୍ତ କରି ରୁପ୍ରାରୋଡ ରେଳ ଷ୍ଟେଷନ ପରିଷରରେ ବସିଥିଲେ। ଏହି ସମୟରେ ରୁପ୍ରାରୋଡ ପଞ୍ଚାୟତର ବଲବସପୁର ଗ୍ରାମର ମକୁନ୍ଦ ଓଡିଆ(ବାବା) ଆସି ଖାଇବା ବିଷୟକୁ ନେଇ ବଚଷା ହେବା ସହିତ ଦେଖିବୁ କି କହି ନିଜ ଝୁଲା ମୁଣା ରୁ ଏକ ଧାରୁଆ ନଡିଆ କଟା କାତି (ଛୁରୀ) ବାହାର କରି ପ୍ରଶାନ୍ତ ଖଡାଙ୍ଗ ଙ୍କ ବେକ ରେ ଆଘାତ ଦେଇଥିଲେ । ରକ୍ତାକ୍ତ ଅବସ୍ଥାରେ ରେଳ ଇଂଜିନିୟରିଂ କର୍ମଚାରୀ ନିକଟସ୍ଥ ନର୍ଲା ସ୍ୱାସ୍ଥ କେନ୍ଦ୍ର ଓ ପରେ ପରିବାରଲୋକେ ଭବାନୀପାଟଣା ସ୍ୱାସ୍ଥ କେନ୍ଦ୍ରକୁ ନେଇ ଯାଇଛନ୍ତି।ପ୍ରଶାନ୍ତ ଖଡଙ୍ଗା କହିବା ଅନୁସାରେ ବେକ ଫୁଲିଯାଇଥିବା ଜଣାଇଛନ୍ତି। ଅନ୍ୟ ପକ୍ଷରେ ନର୍ଲା ପୋଲିସ ମକୁନ୍ଦ ଓଡିଆ କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ରାଇଘର ରେ  ମାଓ ବେନର ଓ  ପୋଷ୍ଟର  ମାରି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପ୍ରେମଶିଳା ବେହେରା ଙ୍କ କବିତା କେଁ କିଛୁ

Sunil Chandra Nayak

Leave a Comment

error: Content is protected !!