ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସେକ୍ଟର ୨ ଦୁର୍ଗା ପୂଜା ପଡିଆ ଠାରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି । ପରିଷଦର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଂକର ଜେନାଙ୍କ ଆବାହକତ୍ବରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ଶୁଭ ପଟ୍ଟନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଅର୍ବାନ କୋଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର, ମୀନତି ଦେବତା, ଯଶବିନ୍ଦର ସିଂ ପ୍ରମୁଖ ଯୋଗଦେଇ ନଡିଆ ଭାଙ୍ଗି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ସଭାପତି ଅଭୟ କୁମାର ମହାପାତ୍ର ସମସ୍ତ ଅତିଥିଙ୍କୁ ସ୍ବାଗତ କରିଥିଲା ବେଳେ ସଂପାଦକ ଶ୍ରୀ ଜେନା କାର୍ଯ୍ୟକ୍ରମର ଆଭିମୁଖ୍ଯ ଓ ମଂଚ ସଂଯୋଜନା କରିଥିଲେ । ଏହି ଅବସରରେ ଉପଦେଷ୍ଟା ଦେବେନ୍ଦ୍ର ନାଥ ସାମନ୍ତରାୟ,ନୀଳାମ୍ବର ପୁହାଣ,ରଶ୍ମତ ସାହାଣୀ, ବିରେନ୍ଦ୍ର ସ୍ବାଇଁ ପ୍ରମୁଖ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ସଂଗଠନ କର୍ମକର୍ତ୍ତାଙ୍କ ସଂପର୍କରେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଆସନ୍ତା ନଭେମ୍ବର ୬ ଓ ୭ ତାରିଖ ଦୁଇଦିନ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ