ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଲଟିଲା ବରଗଛ ଭାଙ୍ଗିଲା ନାଟ ମନ୍ଦିର

ବାଲେଶ୍ଵର,୧୩/୮/୨୨- ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଏହି ଲଗାଣ ବର୍ଷାରେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତ ହଳଦିଆପଡ଼ା ଗ୍ରାମରେ ଏକ ବଡ ଧରଣର ଅଘଟଣ ଘଟିଯାଇଛି । କିନ୍ତୁ ଅଳ୍ପକେ ରକ୍ଷା ପାଇ ଯାଇଛି ଲୋକଙ୍କ ଜୀବନ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗ୍ରାମର କାଳିକା ଦେବୀ ମନ୍ଦିର ନିକଟରେ ୨୦୦ ବର୍ଷରୁ ଉର୍ଦ୍ଧ୍ବ ଏକ ବରଗଛ ରହିିଥିଲା । ଲଗାଣ ବର୍ଷା ଯୋଗୁ ଉକ୍ତ ବରଗଛଟି ନିକଟରେ ଥିବା ଵହୁ ପୁରାତନ ଐତିହାସିକ କାଳିକା ଦେବୀ ମନ୍ଦିର ଉପରେ ଉପୁଡି ପଡିଥିଲା । ଯାହା ଫଳରେ ମନ୍ଦିରର ନାଟ ମନ୍ଦିର ଭାଙ୍ଗିବା ସହିତ ମନ୍ଦିରର ଆସବା ପତ୍ର ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସକାଳ ସମୟରେ ଏହି ଗଛଟି ଉପୁଡି ପଡିଥିଲା । ସୌଭାଗ୍ୟ ବଶତଃ ମନ୍ଦିର ଭିତରେ କିମ୍ବା ସମ୍ପୃକ୍ତ ଅଞ୍ଚଳରେ କେହି ନଥିଲେ । ନିଶ୍ଚିତ ମୃତ ମୁଖରୁ ବଞ୍ଚି ଯାଇଛନ୍ତି ଜନସାଧାରଣ । ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଗଛ କାଟି ପରିଷ୍କାର କରିଥିଲେ । ଅନ୍ୟ ପଟେ ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ ସରକାର ଓ ସ୍ଥାନୀୟ ପ୍ରସାଶନ ନିକଟରେ ଗ୍ରାମବାସୀ ଦାବୀ କରିଛନ୍ତି ।।ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନିରୁପମା ପାଣି  ଙ୍କ ଗଳ୍ପ ରାକ୍ଷୀ ଭିଜିଗଲା ଆଖି ଲୁହରେ

Sunil Chandra Nayak

ଓଡିଶା ଯୋଜନା ଏବଂ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ଖଡ଼ିଆଳ ଠାରେ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

କୋଲନରା ବ୍ଳକରେ ସଂଯୁକ୍ତା ହେଲେ ପଞ୍ଚାୟତ ସମିତି ଅଧ୍ଯକ୍ଷା

Sunil Chandra Nayak

Leave a Comment

error: Content is protected !!