ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଗୋଟିଏ ଦିନର ଆୟୁଷ

ଗୋଟିଏ ଦିନର ଆୟୁଷ

ବିଜୟ କୁମାର ଜେନା

ଗୋଟିଏ ଦିନର ଆୟୁଷକୁ ନେଇ
       ଫୁଲ ଫୁଟେ ଭଳି ଭଳି
ହସି ହସାଇବା ଧରମରେ ଥାଇ
      କାଲିକି ଯାଏ ମଉଳି।
ଫୁଲ ତ ଜାଣିଛି ତା ଜୀବନ ଏକ
        ଶୃଙ୍ଖଳାରେ ସଦା ବନ୍ଧା
ସେହି ଶୃଙ୍ଖଳା ରେ ସୁବାସ ବିତରି
         ଅଳପ ସୁଖରେ ଛନ୍ଧା।
ପବନ ବହିଲେ ଆନନ୍ଦେ ଦୋହଲେ
         ମହୁମାଛି ଦିଏ ଚୁମା
ପରଜାପତିଟି ଏଫୁଲ ସେଫୁଲ
    ଛାଡ଼ି ନ ଯାଉଛି ଜମା।
ଫୁଲଟିଏ ପରା ସୁଖ ବାଣ୍ଟି ଥାଏ
        ପରଷି ଏଇ ବାରତା
ଆଜ ଦିନ ପରା ଆମ ହାତେ ଅଛି
      କାଲିକି କାହିଁକି ଚିନ୍ତା।
ଯେତିକି ଦିନ ତ ବଞ୍ଚିବା ସଂସାରେ
        ସୁଖରେ କାଟିବା ଦିନ
ପର ପାଇଁ ଆମେ ଶରୀର ପାଇଛେ
      ସାହା ହେବେ ନାରାୟଣ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତରଫରୁ ଗୁଡହାଣ୍ଡି ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

Sunil Chandra Nayak

ବଣିଜରାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!