ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା କିଏ ଜାଣେ କେବେ 

    କିଏ ଜାଣେ କେବେ 

                    ଶ୍ଯାମା ପ୍ରସାଦ୍ ବୋଷ୍ 

କିଏ ଜାଣେକେବେ ଏ ଦିବ୍ୟ ପିଣ୍ଡରୁ 
ପ୍ରାଣ ପକ୍ଷୀ ତୋର ଯିବ ଉଡି 
ଧୂଳି ମାଟି ପରେ ଏ ମାଟି ଶରୀର  
ନିଃସ୍ବ ଅସହାୟେ ଥିବ ପଡି । 
ଗର୍ବ ଅହଂକାର ତୋର ବଡ ପଣ 
ଜୀବନ ର ପଥ ଯିବ ହୁଡି  
ଧନ ଦଉଲତ ତୁଛ ହେବ ସେତ 
ଯିବାକୁ ପଡିବ ସବୁ ଛାଡି । 
ଅତି ପ୍ରିୟ ଦେହ ହବ କିବା ଦାହ 
ଗ୍ରୃଧ କି ଶୃଗାଳ ନେବେ ଭିଡି  
କିଏ ଜାଣେ କେବେ ପୁରିଯିବ କାଳ 
ସମୟ ର ସୁଅ ନେବ ତଡି । 
ଯେତେ ଆପଣାର ସବୁ ହେବେ ପର 
କାନ୍ଦିବେ ଘଡିଏ ଦୁଇ ଘଡି 
କ୍ରିୟା,କର୍ମ ସାରି ଯିବେ ଟି ବାହୁଡି 
ମିଛ ଆଣ୍ଟେ କିଆଁ ଅଛୁ ଆଡି 
କିଏ ଜାଣେ କେବେ ଫେରିବୁ ତୁ ଭବେ 
କେଉଁ ନୂଆ ପରିଚୟ ଭିଡି 
ଅବା କର୍ମ ଫଳେ ନର୍କ ଯନ୍ତ୍ରଣାରେ 
କଷ୍ଟ ପାଇ ଛାଡୁ ଥିବୁ ରଡି । 
ଯମ ଦରବାରେ ଧର୍ମ ର ବିଚାରେ 
ହାତେ ପଡିଥିବ ତୋର ବେଡି  
ପାପେ ଅରଜନ ତୋର ଯେତେ ଧନ 
ପାରିବ କି ତୋତେ ସେଥୁ ଏଡି । 
ଆରେ ବାଇମନ ବେଳୁ ସଚେତନ 
ହୋଇ ଧର୍ମ ପଥେ ଯାଅ ମାଡି 
ବେଳ ଥାଇ ବନ୍ଧ ଏବେ ଠାରୁ ବାନ୍ଧ 
ଅଧର୍ମ ପଥ କୁ ଦିଅ ଛାଡି । 
ମିଛ ମୋହ ମାୟା ଅଢେଇ ଦିନିଆ 
ଦେଖୁ ଥାରେ ତୁହି ଆଖି ଫାଡି 
ମିଛ ଧନ ଜନ ମାୟାର ବନ୍ଧନ 
ମିଛେ ହେଉଥାଏ ଗଡା ଗଡି । 
ପାପ ର କାରଣେ ଜୀବ ଅକାରଣେ 
ଅଧର୍ମ କାରଣେ ନର୍କେ ପଡି 
ଯମ ଦଣ୍ଡ ଭୋଗେ ମୁକ୍ତି ତହୁଁ ମାଗେ 
ନର୍କ ଯନ୍ତ୍ରଣା ରେ ଥାଏ ବୁଡି ।
କିଏ ଜାଣେ କେବେ ତୋ ସୁନା ପଞ୍ଜୁରୀ 
କାଳ ଆସି କେବେ ଦେବ ତାଡି 
ଧର୍ମ ବଳେ ପୂଣ୍ଯ ପ୍ରାଣ ପକ୍ଷୀ ତୋର 
ଉଡିଯିବ ନିଶ୍ଚେ ଡେଣା ଝାଡି ।  

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍, ଜିଲ୍ଲା:- ପୁରୀ 

Related posts

ଦୁଃଖିନୀ ନିସ୍ତୃଙ୍କା ହେଲେ ମୁନିଗୁଡା ବ୍ଳକ ଅଧ୍ଯକ୍ଷା

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ବିଶ୍ବ ଯହିଁ ବିମୋହିତ 

ଚନ୍ଦ୍ରକଳା ଦେବୀ ଙ୍କ କବିତା “ଶିଶିର ସାରସ”

Sunil Chandra Nayak

Leave a Comment

error: Content is protected !!