ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଅନ୍ତୁଡ଼ିରୁ ଜୁଇ ଯାଏ

ସକାଳର ଜଣାଣ

ଅନ୍ତୁଡ଼ିରୁ ଜୁଇ ଯାଏ

 ବିଜୟ କୁମାର ଜେନା

ଅନ୍ତୁଡ଼ି ଶାଳରୁ ଜୁଇ ପରିଯନ୍ତ
    ସବୁଠି ତୋ କୃପାବାରି
ଜନମ ଆଗରୁ ସବୁତ ଖଞିଛ
   ଯାହା ଯାହା ଦରକାରୀ।
ସୁଖ ଦୁଃଖ ହସ ଲୁହ କାନ୍ଦ ଯେତେ
     ସେସବୁ ତୋର ଭିଆଣ
ଅହଙ୍କାର କିମ୍ପା ମନରେ ଆଣିବି
      ଦିନେ ତ ହେବ ଖଣ୍ଡନ।
ଗଛ ଲଗାଇନି ଫଳ ବି ଖାଉଛି
    ଶରୀର ହେଉଛି ପୃଷ୍ଟ
ନଦୀ ଓ ତଟନୀ ସୃଷ୍ଟି ତ କରିନି
      ଜଳରେ ହୋଇଛି ତୁଷ୍ଟ।
ବସ୍ତ୍ର ମୁଁ କରୁନି କିନ୍ତୁ ପିନ୍ଧୁଅଛି
      ସେ ସବୁ ତୁମରି ଦାନ
ରୋଷେଇ ନ କରି ଖାଦ୍ୟ ଭୁଞ୍ଜୁଅଛି
     ପ୍ରତି ସ୍ଥଳେ ତୁମ କର୍ମ।
ସବୁତ ଦେଇଛ କିଛି ମୁଁ କରିନି
      ଅନ୍ତୁଡିଠୁଁ ଜୁଇ ଯାଏ
ପ୍ରତି ମୁହୂର୍ତ୍ତରେ ପାଖେ ପାଖେ ଥାଇ
      ଜୀବନକୁ ଘେନି ଥାଏ।
ନିଜ ଅନୁଭବେ ଏକଥା ଆଣୁଛି
      ପ୍ରତି ଦିନ ପ୍ରତି ରାତି
ଜଗନ୍ନାଥ ତୁମ ନାମ ଗାଇ ଗାଇ
    ମୋ ଜୀବନ ଯାଉ ବିତି।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ

 ଶାମୁକା ସାହି ରଣପୁର ନୟାଗଡ଼

Related posts

ପ୍ରକାଶ କୁମାର ମିଶ୍ର ଙ୍କ କବିତା ସ୍ବାଭିମାନ

Sunil Chandra Nayak

ଚନ୍ଦାହାଣ୍ଡି ଧାନମଣ୍ଡି ଦୁର୍ନିତୀ ମାମଲା, ଦୁଇବର୍ଷ ପରେ ଗିରଫ ହେଲେ ପୂର୍ବତନ ଲ୍ୟାମ୍ପ ଏମଡି , ଅନ୍ୟ ୫ ଜଣଙ୍କ ନାମରେ ମାମଲା ରୁଜୁ

Sunil Chandra Nayak

ପଂଚାୟତ ଚାଉଳ ହଡ଼ପ ଅଭିଯୋଗ ତଦନ୍ତ କଲେ ଉପଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!