ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ଧାନମଣ୍ଡି ଦୁର୍ନିତୀ ମାମଲା, ଦୁଇବର୍ଷ ପରେ ଗିରଫ ହେଲେ ପୂର୍ବତନ ଲ୍ୟାମ୍ପ ଏମଡି , ଅନ୍ୟ ୫ ଜଣଙ୍କ ନାମରେ ମାମଲା ରୁଜୁ

 ଚନ୍ଦାହାଣ୍ଡି (ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଗତ ୨୦୨୦ ମସିହାରେ ହୋଇଥିବା ମଣ୍ଡି ମହା ଦୁର୍ନିତୀ ପ୍ରସଙ୍ଗରେ ଦିର୍ଘ ଦୁଇ ବର୍ଷ ପରେ ପୁଲିସ ସକ୍ରିୟ ହୋଇଛି । ଗତ କିଛିଦିନ ତଳେ ୫ ଜଣ ମଣ୍ଡି ଦୁର୍ନିତୀ ରେ ସଂପୃକ୍ତ ରହିଥିବା କିଛି ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ନାମରେ ମାମଲ ରୁଜୁ କରି କୋର୍ଟରେ କେସ ଡାଏରୀ ଦାଖଲ କରିଥିବା ବେଳେ ଆଜି ଏହି ଦୁର୍ନିତୀ ର ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଚନ୍ଦାହାଣ୍ଡି ଲ୍ୟାମ୍ପ ଏମଡି ଉମେଶ ଚନ୍ଦ୍ର ତ୍ରୀପାଠୀ ଙ୍କୁ ଚନ୍ଦାହାଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ସୂଚନା ଯୋଗ୍ୟ ଯେ, ଗତ ୨୦୨୦-୨୧ ମସିହାରେ ଚନ୍ଦାହାଣ୍ଡି ବ୍ଲକରେ ଜାଲ୍ ଚାଷୀ ଙ୍କ ନାମରେ ମଣ୍ଡି କାର୍ଡ ପଞ୍ଜିକୃତ କରି ସଂପୃକ୍ତ ମିଲ ମାଲିକ ଓ ବିଭାଗୀୟ ଅଧିକାରୀ ମାନେ କୋଟି କୋଟି ଟଙ୍କାର ଦୁର୍ନିତୀ କରିଥିବା ପଦାକୁ ଆସିଥିଲା । ଏନେଇ ଚନ୍ଦାହାଣ୍ଡି ବ୍ଲକର ଶତାଧିକ ଚାଷୀ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ । ତେବେ କୈାଣସି ଏକ ଅଦୃଶ୍ୟ ଚାପରେ ପୁଲିସ ଦିର୍ଘ ଦୁଇବର୍ଷ ହେବ ଏହି ଫାଇଲକୁ ଚାପି ରଖିଥିବା ବେଳେ ଏବେ ପୁଣି ପୁଲିସ ତତ୍ପର ହୋଇଛି । ଏହି ପ୍ରସଙ୍ଗ ସେତେବେଳେ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ପ୍ରସଙ୍ଗକୁ ଭିତିକରି ପିସିସି ସମ୍ପାଦକ ତଥା ଚାଷୀ ନେତା କ୍ଷେମରାଜ ବାଘ ଙ୍କ ନେତୃତ୍ୱରେ ପ୍ରାୟ ଦୁଇ ଶହ ଚାଷୀ ଛଅ ଦିନ ଧରି ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ପଦଯାତ୍ରା କରି ନବରଙ୍ଗପୁର ଠାରେ ହଜାର ହଜାର ଚାଷୀ ସମାବେତ ହୋଇ ସଂପୃକ୍ତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ     ଗ୍ରହଣ  କରିବାକୁ ଦାବିକରିଥିଲେ । ତେବେ ଏହି ପ୍ରସଙ୍ଗରେ ପୁଲିସ ର ସକ୍ରିୟତା କୁ ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି । ଏସମ୍ପର୍କରେ ଏହି ଦୁର୍ନିତୀ ବିରୁଦ୍ଧରେ ଆନ୍ଦୋଳନର ନେତୃତ୍ୱ ନେଇଥିବା କ୍ଷେମରାଜ ବାଘ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ପୁଲିସ ଏ କ୍ଷେତ୍ରରେ ସକ୍ରିୟ ହେବା ନିହାତି ସ୍ୱାଗତ ଯୋଗ୍ୟ ପଦକ୍ଷେପ ତଥାପି ତଳିଆ କର୍ମଚାରୀ ଙ୍କ ମୁଣ୍ଡରେ ଅଠା ବୋଳି ମିଲ୍ ମାଲିକ ,ସଂପୃକ୍ତ ବ୍ୟାଙ୍କ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଖସେଇବା ପାଇଁ ସୁଚିନ୍ତିତ ଯୋଜନା କରାଯାଉଥିବା ଆଭାସ ମିଳୁଥିବା କହିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ଛାତ୍ର ର ମୃତ୍ୟୁ ର ପ୍ରକୃତ ରହସ୍ୟ କେବେ ଜଣା ପଡିବ ?

Sunil Chandra Nayak

କୋକସରା ବ୍ଲକରେ ନିର୍ଦ୍ୱନ୍ଦରେ ବ୍ଲକ ଉପାଧ୍ୟକ୍ଷ ହେଲେ ରାଜୀବ ଅଗ୍ରୱାଲ

Sunil Chandra Nayak

ଏସବିଆଇ ଲାଇଫ ଇନସୁରାନ୍ସ ର ଲାଇଫ ମିତ୍ର ମହା ଭେଟଘାଟ

Sunil Chandra Nayak

Leave a Comment

error: Content is protected !!