ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ମିଳିଲା ସୁଯୋଗ ପୁରୀ ଯିବି ଆଗ

    ପ୍ରଭୁ କରିବି ଦର୍ଶନ

ମନର ଆଗ୍ରହ ପଥ ପରିଷ୍କାର

     ଶୁଭ ହବ ମୋର ଦିନ।

ସଂସାର ଧରିକି ସକାଳ ବେଳାରେ

   ଯାନରେ ବସି ପୁରୀକୁ

ପହଞ୍ଚି ଦାଣ୍ଡରେ ଧୂଳି ମାରି ମୁଣ୍ଡେ

    ଚାହିଁ ତା ସିଂହଁ ଦ୍ବାରକୁ।

ଫୁଲ ଧୂପ ଦୀପ ଦେଇ ମାଳା ସଜା

    କରିଲୁ ପ୍ରଭୁ ଦର୍ଶନ

ଆନନ୍ଦ ଲାଗିଲା ଖୁସି ବି ଲାଗିଲା

    ନିଜକୁ ମଣିଲୁ ପୁଣ୍ୟ।

ଭିତରେ ପ୍ରବେଶ ବେତ ମାଡ଼ ଖାଇ

   ପାପ ଗଲା ଛାଡ଼ି ସତ

ପ୍ରଭୁଙ୍କ ପଥରେ ମୋ ନୟନ ମିଶି

     ଗାଉଛି ଭଜନ ଗୀତ।

ବାଇଶି ପାହାଚ ଥକା ମାରି ବସେ

    ପ୍ରଭୁଙ୍କ ବିଚିତ୍ର ଲୀଳା

ଭୋକ ଶୋଷ ଭୁଲି ତାରୂପେ ବାଉଳା

    ଦେଖିଲି ଏ ବିଶ୍ୱେ ମେଳା।

ମନ ମୋ ସନ୍ତୋଷ ପାଇଲି ଆଶିଷ

    ଛାଡିବା ନୁହେଁ ମୋ ମନ

ଏଇଠି ରହିବି ଏଇଠୁ ବିଶ୍ରାମ

    ଦେଖା ହବ ଭଗବାନ।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଉମେରଗ୍ରାମ ରେ ମହାଭାରତ ମହାଯଜ୍ଞ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତ୍ରିରଙ୍ଗା ବନ୍ଦେ ମାତର

Sunil Chandra Nayak

ଜଣା ଅଜଣା… “ଲାଉଡ଼ ସ୍ପିକର”

Leave a Comment

error: Content is protected !!