ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରିବ କିଡନୀ ରୋଗୀ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଦାବି

ଥୁଆମୂଳ ରାମପୁର ୧୫/୭- ମନୀସ:- ମନୁଷ୍ୟର ଗରିବ ଅବସ୍ଥା ବିଶେଷ କରି ରୋଗକୁ ଦ୍ଵିଗୁଣିତ କରିଥାଏ, ରୋଗରେ ପୀଡିତ ହେବାପରେ ଅର୍ଥ ଅଭାବ ଯୋଗୁଁ ଅଧିକ ଚିକିତ୍ସା ନିମନ୍ତେ ସାହାସ ପାଇପାରେ ନାହିଁ। ଏନେଇ ପ୍ରଶାସନ ଓ ରାଜନୈତିକ ନେତାଙ୍କୁ ପରିବାରର ସଦସ୍ୟ ଜଣାଇଥିଲେ ମଧ୍ୟ ତାହାର ଗୁହାରି ଶୁଣିବା ପାଇଁ ପାଖରେ କେହିନାହାନ୍ତି ଏବେ ବେସାହାରା ଓ ଦହନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ଏଭଳି ଜଣେ କିଡନୀ ରୋଗୀ ଅଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲଝାପି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଉପରଝାପି ଗ୍ରାମର ଜନୈକ କାରମୁ ମାଝୀ। ଆଜିକୁ ପ୍ରାୟ ୧୦ / ୧୨ ବର୍ଷ ରୁ ଅଧିକ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ଦିନକୁ ଦିନ କାରମୁ ମାଝୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବ ଯୋଗୁଁ କିଡନୀ ରୋଗୀ ଜଣକ ଚିକିତ୍ସା ହୋଇନ ପାରି ଶର୍ଯ୍ଯା ଶାଇ ଅବସ୍ଥାରେ ଘରେ ପଡି ରହିଛନ୍ତି। ଭବାନୀ ପାଟଣା ମୁଖ୍ୟ ଡାକ୍ତରଖାନା ରେ କାରମୁ ମାଝୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଗଲା ପରେ ବାମ ପାର୍ଶ୍ଵ ର କିଡନୀ ରେ ଏକ ପଥର ରହିଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ଲୋକଙ୍କୁ ସୁଚନା ଦେଇଥିବା ସଂପର୍କ ରେ କାରମୁ ମାଝୀ ସ୍ତ୍ରୀ ଅତି ଦୁଃଖର ସହିତ ପ୍ରକାଶ କରିଛନ୍ତି। ଅପରେସନ ର ଆବଶ୍ୟକ ରହିଥିବା ବେଳେ ପାଖରେ ଅର୍ଥ ନଥିବା ଯୋଗୁଁ କାରମୁ ମାଝୀ ଙ୍କ୍ ଅପରେଶନ  ହୋଇପାରୁ ନାହିଁ। ଦିନକୁ ଦିନ କାରମୁ ମାଝୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେଉଥିବା ବେଳେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଚିତ୍ର ଦେଖିବାକୁ ମିଳିଛି। ଏଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗଣ ମାଧ୍ୟମ ଜରିଆରେ ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି କିଡନୀ ରୋଗୀ କାରମୁ ମାଝୀ ଙ୍କ ସ୍ତ୍ରୀ ଶୁଆଦେଇ ମାଝୀ ପ୍ରଶାସନ କୁ ନିବେଦନ କରିଛନ୍ତି। ତେବେ ଏଥିପ୍ରତି ପ୍ରଶାସନ ପକ୍ଷରୁ କିପଦକ୍ଷପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକିରହିଲା।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭଗବାନ ଶିବଙ୍କୁ ୮ ଗୋଟି ନାମ କିଏ ଦେଇଥିଲେ  

Sunil Chandra Nayak

ଓଡିଶା ଜୀବିକା ମିଶନ ପକ୍ଷରୁ ଗୋଷ୍ଠି ମହିଳା ଙ୍କୁ ଋଣ ପ୍ରଦାନ

Sunil Chandra Nayak

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ସ୍ୱତନ୍ତ୍ର ଟ୍ରେନ

Sunil Chandra Nayak

Leave a Comment

error: Content is protected !!