ପାପଡାହାଣ୍ଡି,16/07-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଷମପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି | ଲଗାଣ ବର୍ଷାର ପ୍ରଭାବରେ ଗ୍ରାମର ଅର୍ଜୁନ ଗୌଡ଼ ଘର କାନ୍ଥ ଭାଙ୍ଗିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅର୍ଜୁନ | ସୂଚନା ଅନୁଯାୟୀ ଅର୍ଜୁନ ରାତ୍ରି ଭୋଜନ ପରେ ଶୋଇ ପଡ଼ିଥିଲେ | ଏହି ସମୟରେ ପ୍ରବଳ ବର୍ଷା ହେବାରୁ ଘର କାନ୍ଥ ଭୁଶୁଡି ଯାଇଥିଲା | ଏହି ସମୟରେ ଶୋଇଥିବା ଅର୍ଜୁନ ଅଳ୍ପକେ ବର୍ତ୍ତି ଯାଇଥିଲେ | ଦୀର୍ଘ ବର୍ଷ ହେଲା ବିଷମପଦର ଗ୍ରାମରେ ନିଜ ପରିବାର ସହ ରହିଆସୁଥିଲେ ଅର୍ଜୁନ କିନ୍ତୁ 4 ବର୍ଷ ତଳେ ସ୍ତ୍ରୀ ଆରପାରି ଚାଲିଯିବା ପରେ ଏକାକୀ ହୋଇରହି ଆସୁଥିଲେ | ବୃଦ୍ଧା ଅବସ୍ଥା ରେ କୁଳିମଜୁରୀ କରି ନିଜ ଭରଣ ପୋଷଣ କରୁଥିବା ବେଲେ ଘର କାନ୍ଥ ଭାଙ୍ଗିଯିବା ପରେ ଚିନ୍ତା ରେ ପଡିଛନ୍ତି ବୃଦ୍ଧ ଅର୍ଜୁନ | ଘର ମରାମତି କରିବା ପାଇଁ ତାଙ୍କ ନିକଟରେ ଟଙ୍କା ନଥିବା କହିଛନ୍ତି ଅର୍ଜୁନ | ପାଖରେ ଟଙ୍କା ନଥିବାରୁ ଗତ ଦୁଇ ବର୍ଷ ହେଲା ଚାଲଛପର ମଧ୍ୟ କରିପାରିନାହାନ୍ତି | ବର୍ତ୍ତମାନ ଭଙ୍ଗା ଘରେ ସରକାର ତରଫରୁ ପାଇଥିବା ପୋଲିଥିନ ଟାଣି ରହୁଛନ୍ତି | କେଉଁ ମଧ୍ୟ ରାତ୍ରି ରେ ଶୋଇଥିବା ସମୟରେ କାନ୍ଥ ଭାଙ୍ଗି ଅଘଟଣ ଘଟିବାର ସମ୍ଭାବନା ରହିଛି ଏଣୁ ପ୍ରତେକ ଦିନ ଭୟରେ ଶୋଇବାକୁ ପଡୁଛି ବୋଲି କହିଛନ୍ତି | ସରକାରୀ ସହାୟତା କହିଲେ ମାସିକ 5 କେଜି ଚାଉଳ ସହ ଭତ୍ତା ବାବଦ କୁ 500 ଟଙ୍କା ପାଉଛନ୍ତି| ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ଓ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣାପାତ କରୁନଥିବା ଦୁଃଖ ର ବିଷୟ ଜୀବନ ର ଶେଷ ସମୟରେ ମଧ୍ୟ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ନାହିଁ | ଶୀଘ୍ର ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରି ବୃଦ୍ଧ ଅର୍ଜୁନ କୁ କ୍ଷତିପୂରଣ ଦେବା ସହ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି |
ସ୍ବପ୍ନଜିତ ପଟନାୟକ,ପାପଡାହାଣ୍ଡି ଙ୍କ ରିପୋର୍ଟ