ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ 

ପାପଡାହାଣ୍ଡି,16/07-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଷମପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି | ଲଗାଣ ବର୍ଷାର ପ୍ରଭାବରେ ଗ୍ରାମର ଅର୍ଜୁନ ଗୌଡ଼ ଘର କାନ୍ଥ ଭାଙ୍ଗିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅର୍ଜୁନ | ସୂଚନା ଅନୁଯାୟୀ ଅର୍ଜୁନ   ରାତ୍ରି ଭୋଜନ ପରେ ଶୋଇ ପଡ଼ିଥିଲେ | ଏହି ସମୟରେ ପ୍ରବଳ ବର୍ଷା ହେବାରୁ ଘର କାନ୍ଥ ଭୁଶୁଡି ଯାଇଥିଲା | ଏହି ସମୟରେ ଶୋଇଥିବା ଅର୍ଜୁନ ଅଳ୍ପକେ ବର୍ତ୍ତି ଯାଇଥିଲେ | ଦୀର୍ଘ ବର୍ଷ ହେଲା ବିଷମପଦର ଗ୍ରାମରେ ନିଜ ପରିବାର ସହ ରହିଆସୁଥିଲେ ଅର୍ଜୁନ କିନ୍ତୁ 4 ବର୍ଷ ତଳେ ସ୍ତ୍ରୀ ଆରପାରି ଚାଲିଯିବା ପରେ ଏକାକୀ ହୋଇରହି ଆସୁଥିଲେ | ବୃଦ୍ଧା ଅବସ୍ଥା ରେ କୁଳିମଜୁରୀ କରି ନିଜ ଭରଣ ପୋଷଣ କରୁଥିବା ବେଲେ ଘର କାନ୍ଥ ଭାଙ୍ଗିଯିବା ପରେ ଚିନ୍ତା ରେ ପଡିଛନ୍ତି ବୃଦ୍ଧ ଅର୍ଜୁନ | ଘର ମରାମତି କରିବା ପାଇଁ ତାଙ୍କ ନିକଟରେ ଟଙ୍କା ନଥିବା କହିଛନ୍ତି ଅର୍ଜୁନ | ପାଖରେ ଟଙ୍କା ନଥିବାରୁ ଗତ ଦୁଇ ବର୍ଷ ହେଲା ଚାଲଛପର ମଧ୍ୟ କରିପାରିନାହାନ୍ତି | ବର୍ତ୍ତମାନ ଭଙ୍ଗା ଘରେ ସରକାର ତରଫରୁ ପାଇଥିବା ପୋଲିଥିନ ଟାଣି ରହୁଛନ୍ତି | କେଉଁ ମଧ୍ୟ ରାତ୍ରି ରେ ଶୋଇଥିବା ସମୟରେ କାନ୍ଥ ଭାଙ୍ଗି ଅଘଟଣ ଘଟିବାର ସମ୍ଭାବନା ରହିଛି ଏଣୁ ପ୍ରତେକ ଦିନ ଭୟରେ ଶୋଇବାକୁ ପଡୁଛି ବୋଲି କହିଛନ୍ତି | ସରକାରୀ ସହାୟତା କହିଲେ ମାସିକ 5 କେଜି ଚାଉଳ ସହ ଭତ୍ତା ବାବଦ କୁ 500 ଟଙ୍କା ପାଉଛନ୍ତି| ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ଓ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣାପାତ କରୁନଥିବା ଦୁଃଖ ର ବିଷୟ ଜୀବନ ର ଶେଷ ସମୟରେ ମଧ୍ୟ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ନାହିଁ  | ଶୀଘ୍ର ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରି ବୃଦ୍ଧ ଅର୍ଜୁନ କୁ କ୍ଷତିପୂରଣ ଦେବା ସହ ଆବାସ ଯୋଜନାରେ ସାମିଲ  କରିବାକୁ  ଗ୍ରାମବାସୀ ଦାବି କରିଛନ୍ତି |

 ସ୍ବପ୍ନଜିତ ପଟନାୟକ,ପାପଡାହାଣ୍ଡି  ଙ୍କ ରିପୋର୍ଟ

 

 

Related posts

ପେଟ୍ରୋଲ-ଡିଜେଲ ପରେ ୪୦ଟଙ୍କା କମିଲା ଘଣା ସୋରିଷ ତେଲ ଦର

ନୂଆପଡା ସଦର ପୌର ପରିଷଦ ସଂଯୁକ୍ତା ପଣ୍ଡା ଉପାଧକ୍ଷ ରୂପେ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ଲଗାଣ ବର୍ଷା ରେ ଜଳ ମୟ ଚାଷ ଜମିରେ ବ୍ରିଜର ମାଟି ପୋତି ହେବାରୁ ଚାଷୀ ହତାଶ

Sunil Chandra Nayak

Leave a Comment

error: Content is protected !!