Uncategorizedଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ by Sunil Chandra NayakAugust 27, 20220210 Share1 ପୂଜିବି ଚରଣ ଶ୍ରୀ ଉମାକାନ୍ତ ଦାସ ଆବଶ୍ୟକ ନାହିଁ ଆୟୁ, ଯଶ,ମୋର ଲୋଡ଼ା ନାହିଁ ସନମାନ। ଏତିକି ସୁଦୟା କରିବୁ ବିରଜା ପୂଜୁଥିବି ଶ୍ରୀଚରଣ।। ସ୍ୱାର୍ଥପର ଏହି ଦୁନିଆଁରେ ଆଜି କେହି ନୁହଁନ୍ତି କାହାର। ମୋର ମୋର କହି ଯା’ ପାଇଁ ମରିଲି ସିଏ ହୁଏ ସାତ ପର ।। ସ୍ନେହ ମୟୀ ମାଆ ତୁହି ମୋର ସାହା ଗଦାକ୍ଷେତ୍ରର ନିବାସୀ। ପ୍ରତି ସ୍ପନ୍ଦନ ମୋ’ ତୋ’ ନାମ ଜପଇ ଶୁଣୁ ଥିବୁ ଦିବାନିଶି।। ସ୍ୱାର୍ଥ ପାଇଁ ସାଜେ ମାନବ ଯେ’ ପଶୁ ତୋତେ ଅଛି କି’ ଅଜଣା। ତୋ’ ଛଡା ମୋହର ଆଉ କେହି ନାହିଁ ତୋ ନାମେ ମୁଁ ଏକା ବଣା।। ତୋର ଯଜ୍ଞ କ୍ଷେତ୍ରେ ରହି ତ’ ପାରୁନି ପ୍ରବାସେ ହୋଇଛି ବନ୍ଦୀ। ହେଲେ ତୋର ଦୟା ତୋ ପାଦ ପଦ୍ମରେ ପାପ ମନ ଯାଉ ଛନ୍ଦି।। ଦିବସ ରଜନୀ ତୋ’ ଗୁଣ ଗାୟନେ ଯାଉ ମୋର ଏ ଜୀବନ କଣ୍ଠ ଖୋଜି ନେଉ ଗାଇବାକୁ ଟିକେ ତୋର ସେହି ଗୁଣଗାନ।। କାଆଗେ କହିବି ଅନ୍ତର ବେଦନା ସବୁ ତ’ ଦେଖୁଛୁ ତୁହି। ତୁ’ ଯେବେ ବିମୁଖ ହେବୁ ମା’ବିରଜା ଜୀବନ ହାରିବି ମୁହିଁ।। ତୋ’ ପାଦ ପଦ୍ମରେ ଶରଣ ଯାଉଛି ଦୀନହୀନ ଏ ଶବର କଳୁଷ ଜୀବନୁ ମୁକ୍ତି କରି ଦେ ମା’ ଏତିକି କାମନା ମୋର।। ଲାଲବାଗ ,ଖାନନଗର ମଙ୍ଗଳ ପୁର ,ଯାଜପୁର