ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ

         ପ୍ରେମ

ସବୁ ପ୍ରେମ ଦିଏ ନାହିଁ 

           ଜୀବନରେ ଧୋକା

ସବୁ ଝିଅଙ୍କ ହୃଦୟ 

               ନୁହେଁ କେବେ ଏକା 

ପ୍ରେମ ପାଇଁ ଏଠି କେତେ 

             କାବ୍ୟ ପୁଣି ଲେଖା 

ସବୁ ପ୍ରେମ ଦିଏ ନାହିଁ …………….୧ 

 

ପ୍ରେମ ପାଇଁ ଚାଲିଯାଏ 

                କେତେ ଯେ ଜୀବନ

ପ୍ରେମ ପାଇଁ ତୋଳାହୁଏ

                       ସୁନ୍ଦର ଭବନ 

ପ୍ରେମ ବିନା ଏ ଜୀବନ 

                ରହିଯାଏ ଏକା

ସବୁ ପ୍ରେମ ଦିଏ ନାହିଁ …………….୨ 

 

ସୁଖ ଅଛି ଦୁଃଖ ଅଛି 

                    ଅଛି ହସଲୁହ

ହୃଦୟର କଥା ସେତ 

                    ମନ କଥା ନୁହଁ

କା’ହାତ ସିନ୍ଦୂର ଏଠି

              (ପୁଣି)କାହା ଭାଗ୍ୟେ ଲେଖା

ସବୁ ପ୍ରେମ ଦିଏ ନାହିଁ 

           ଜୀବନରେ ଧୋକା………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଜିଲ୍ଲା ପରିଷଦ ସଭାପତି ସରସ୍ଵତୀ ମାଝୀଙ୍କ ଦାୟିତ୍ଵ ଗ୍ରହଣ 

ମୂଷାପାଳି ଠାରେ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସଵ

Sunil Chandra Nayak

ଗୋବର୍ଦ୍ଧନପୁରଠାରେ ବରଯାତ୍ରୀ ଗାଡି ଦୁର୍ଘଟଣା

Leave a Comment

error: Content is protected !!