ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆର୍,ଇ,ସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା/ ଆର୍,ଇ,ସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ତତ୍ତ୍ୱାବଧାନରେ ବନମହୋତ୍ସବ ପାଳନ ଅବସରରେ ପିଲାମାନେ ବୃକ୍ଷ ରୋପଣ କରିବା, ପରିବେଶ ସୁରକ୍ଷା ଉପରେ ବକ୍ତୃତା ଦେବା, ଚିତ୍ରାଙ୍କନ ପ୍ରତିଯୋଗିତା ଇତ୍ୟାଦି ବିଷୟରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ଵିଶ୍ରା ବ୍ଲକ ର ଏଵିଓ କିଶୋର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଓ ସିଆରସିସି ସିପ୍ରା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥି ଶିକ୍ଷକ ଭାବରେ ଯୋଗଦାନ କରିଥିଲେ, ସୁଭାଷ ଚନ୍ଦ୍ର ଜେନା । ସଭା ତଥା କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତି । ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ସର୍ବଶ୍ରୀ ସରୋଜ କୁମାର ଜେନା, ମିନତୀ ଖମାର, ଅନ୍ନପୂର୍ଣ୍ଣା ସାହୁ, ସରସ୍ଵତୀ ନାୟକ,ଅଜୟ ରାଉତ, ସସ୍ମିତା ପଟ୍ଟନାୟକ, ସୀତାରାମ ସାହୁ, ମମତା ସେନାପତି, ସୁଜାତା ମିଶ୍ର,ଯତିନ୍ଦ୍ର ଭୋଇ,ସୁରେଖା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମମତା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଅବିନାଶ ମହାପାତ୍ର  ଙ୍କ କବିତା ରକ୍ଷା କର ଭଗବାନ

କବିରାଜ ଶବର ପ୍ରଧାନଙ୍କ ବିୟୋଗ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମୋ କାହାଣୀ

Sunil Chandra Nayak

Leave a Comment

error: Content is protected !!