ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝରିଗାଁ ବ୍ଲକରେ ଲଗାଣ ବର୍ଷା ପରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଲେ ନବରଙ୍ଗପୁର ସାଂସଦ

କ୍ଷତିଗ୍ରସ୍ଥ ଙ୍କୁ ଆର୍ଥିକ ସହାୟତା ପାଇଁ ରାଜସ୍ବ ବିଭାଗ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଝରିଗାଁ ବିଧାୟକ

ଝରିଗାଁ-14/7- ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ବ୍ଲକରେ ଦୀର୍ଘ 4ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ସ୍ଥାନୀୟ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ଗରିବ ପରିବାରଙ୍କ ଘର କାନ୍ଥ ଭୁଷୁଡ଼ିଯିବା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାରେ ରହିଛନ୍ତି l ଝରିଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ଘରଭାଙ୍ଗିବା ସହ କେତେକ ସ୍ଥାନରେ କଲଭର୍ଟ ଧସିଯାଇଛି।ଶହ ଶହ ଏକର ଧାନ ଜମି ପାଣିରେ ବୁଡିଯାଇଥିବା ବେଳେ ଚାଷୀ ଚିନ୍ତାରେ ରହିଛନ୍ତି l ଏ ସମ୍ପର୍କରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଜାଣିବାପରେ ଝରିଗାଁ ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କୁ ସାଥିରେ ନେଇ କ୍ଷତି ଗ୍ରସ୍ଥ ଅଞ୍ଚଳ ମଧ୍ୟରୁ କୁସୁମୀ,କରସାହାଣ୍ଡି, ବାଣୁଆଗୁଡା, ଇଚ୍ଛାପୁର, କନ୍ଧଗୁଡା, ବେଲଝରି ପ୍ରଭୁତି ଗ୍ରାମ ଗସ୍ତ କରି କ୍ଷତିଗ୍ରସ୍ତ ଜନସାଧାରଣ ଙ୍କ ସହ ଆଲୋଚନା ସହିତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଅନ୍ୟପକ୍ଷରେ ଝରିଗାଁ ବିଧାୟକ ବ୍ଲକ ରେ ପ୍ରାୟ ଶହେ ରୁ ଉର୍ଦ୍ଧ୍ବ ମାଟିକାନ୍ଥ ଘର ଗୁଡିକ ଭାଙ୍ଗି ଯାଇଥିବା ଖବର ପାଇ ଯଥାଶିଘ୍ର କ୍ଷତି ଗ୍ରସ୍ଥ ଙ୍କୁ ଆର୍ଥିକ ସହାୟତା ପାଇଁ ମାନ୍ୟବର ରାଜସ୍ବ ବିଭାଗ ମନ୍ତ୍ରୀ ଏବଂ ସଚିବଙ୍କୁ ଚିଠି ଲେଖିଛନ୍ତି। ଆଜି ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଡ଼ିଓ ସତ୍ୟ ନାରାୟଣ ମେହେର, ତହସିଲଦାର ହୃଷୀକେଶ ଗଣ୍ଡ, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାଶ,ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝି, ଜିଲ୍ଲା ପରିଷଦ ସଭ୍ୟା ଯମୁନା ଗଣ୍ଡ,ବିଧାୟକ ପ୍ରତିନିଧି ରାମଧର ମାଝୀ, ଟିକଚାନ୍ଦ ମାଝୀ,ସରପଞ୍ଚ ମୋହନ ନାୟକ,ସଦାଶିବ ପଟ୍ଟନାୟକ, ପ୍ରଦୀପ ଗାଉଁଟିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ବାରଙ୍ଗନା

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ତମେ ଗଲା ପରେ

Sunil Chandra Nayak

ସଂଘମିତ୍ରା ହେଲେ ଗରିମା ରାଜକୁମାରୀ ଓ ତନୁଶ୍ରୀ ପ୍ରଥମ ରନର୍ସ ଅପ୍

Sunil Chandra Nayak

Leave a Comment

error: Content is protected !!