ରାଇଘର ୧୪/୭ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସମବାୟ ସମିତିରେ ଆଜି ସଭାପତି ପଦବୀ ପାଇଁ ନିର୍ବାଚନ ହୋଇ ଘୋଷଣା ହୋଇଥିବା ଜଣାପଡିଛି l ସୂଚନା ଅନୁଯାଇ ରାଇଘର ସମବାୟରେ ଦୀର୍ଘ ବର୍ଷ ପରେ ଏହି ନିର୍ବାଚନ ହୋଇଥିବା ବେଳେ ମୋଟ ୧୫ ଜଣ ସଭ୍ୟ ସଭ୍ୟା ମଧ୍ୟରୁ ୧୨ ଜଣ ପ୍ରତିଦ୍ବନ୍ଦିତା କରିଥିଲେ | ୩ ଜଣ ସଭ୍ୟ ଅପ୍ରତିଦ୍ୱଂଦ୍ୱୀ ରେ ବିଜୟ ହୋଇସାରି ଥିଲେ l ଏହି ନିର୍ବାଚନରେ ୧ ନମ୍ବର ଜୋନରେ ରଘୁନାଥ ଗଣ୍ଡ ବିଜୟ ଲାଭ କରିଥିବା ବେଳେ ୨ ନମ୍ବର ଜୋନରେ ହରେନ୍ଦ୍ର ସିଂ ସିଙ୍ଘର , ୩ ନମ୍ବର ଜୋନରେ ସୁଶିଲ କୁମାର ବର୍ମନ , ୫ ନମ୍ବର ଜୋନରେ ଚନ୍ଦନ ସିଂ ଗଣ୍ଡ , ୬ ନମ୍ବର ଜୋନରେ ଫୁଲସିଂ ଗଣ୍ଡ , ୭ ନମ୍ବର ଜୋନରେ ମାଳତୁ ଗଣ୍ଡ , ୮ ନମ୍ବର ଜୋନରେ ଚିତ୍ତରଂଜନ ଗଣ୍ଡ , ୯ ନମ୍ବର ଜୋନରେ ରାମବିଲାସ୍ ଗଣ୍ଡ , ୧୦ ନମ୍ବର ଜୋନରେ ବିଗମ୍ ବାଈ ଗଣ୍ଡ , ୧୧ ନମ୍ବର ଜୋନରେ ପ୍ରଦୀପ କୁମାର ବାଲା, ୧୨ ନମ୍ବର ଜୋନରେ ଦେବେନ୍ଦ୍ର ନାଥ ମିଶ୍ର ଓ ୧୪ ନମ୍ବର ଜୋନରେ ନିଳାବତୀ ହନ୍ତାଳ ବିଜୟ ଲାଭ କରିଥିଲେ |ଏଥିସହିତ ୪ ନମ୍ବର ଜୋନରେ ପରମେଶ୍ବର ଶ୍ରୀବାସ୍ତବ , ୧୩ ନମ୍ବର ଜୋନରେ ରାଇସିଂ ଗଣ୍ଡ ଓ ୧୫ ନମ୍ବର ଜୋନରେ ବିନ୍ଦ ବାଈ ଗଣ୍ଡ ଅପ୍ରତିଦ୍ୱଂଦ୍ୱୀ ଭାବେ ବିଜୟ ଲାଭ କରିଥିଲେ | ସ୍ଥାନୀୟ ସମବାୟ ସମିତି ନିର୍ବାଚନ ରେ ମୁଖ୍ୟତଃ ବିଜେପି ଓ ବିଜେଡ଼ି ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ସମବାୟରେ ସଭାପତି ପଦବୀ ପାଇଁ ୩ ଜଣ ନାମାଂକନ ପତ୍ର ଦାଖଲ କରିଥିଲେ l ୧. ରାଇସିଂ ଗଣ୍ଡ, ୨.ରଘୁ ଗଣ୍ଡ ଦୁଇ ଜଣ ବିଜେଡ଼ିର ପାର୍ଥୀ ହୋଇ ଥିବା ବେଳେ ଭାଜପା ତରଫରୁ ଚନ୍ଦନ ଗଣ୍ଡ ସଭାପତି ପଦବୀ ପାଇଁ ଲଢି ଥିବା ବେଳେ ରାଇସିଂ ଗଣ୍ଡ ୧୧, ଚନ୍ଦନ ଗଣ୍ଡ ୩ ଓ ରଘୁ ଗଣ୍ଡ ୧ ଭୋଟ ପାଇଥିବା ବେଳେ ରାଇସିଂ ଗଣ୍ଡ ବିଜୟ ହୋଇଥିବା ଜଣାପଡିଛି ତାହାକୁ ନେଇ ସାଧାରଣରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ରାଇଘର ସମବାୟ ନିର୍ବାଚନ ଅଧିକାରୀ ନିତ୍ୟାନନ୍ଦ ନାୟକ ରହିଥିବା ବେଳେ ଶାଖା ପରିଚାଳକ ନିରାକାର ରାଉତ ଉପସ୍ଥିତିରେ ନିର୍ବାଚନ ହୋଇଥିବା ଜଣାପଡିଛି ।
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ