ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର  ସମବାୟ ସମିତିର ସଭାପତି ହେଲେ ରାଇସିଂ ଗଣ୍ଡ 

ରାଇଘର ୧୪/୭  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସମବାୟ ସମିତିରେ ଆଜି ସଭାପତି ପଦବୀ ପାଇଁ ନିର୍ବାଚନ ହୋଇ ଘୋଷଣା ହୋଇଥିବା ଜଣାପଡିଛି l  ସୂଚନା ଅନୁଯାଇ ରାଇଘର ସମବାୟରେ ଦୀର୍ଘ ବର୍ଷ ପରେ ଏହି ନିର୍ବାଚନ ହୋଇଥିବା ବେଳେ ମୋଟ ୧୫ ଜଣ ସଭ୍ୟ ସଭ୍ୟା ମଧ୍ୟରୁ ୧୨ ଜଣ ପ୍ରତିଦ୍ବନ୍ଦିତା କରିଥିଲେ | ୩ ଜଣ ସଭ୍ୟ ଅପ୍ରତିଦ୍ୱଂଦ୍ୱୀ ରେ ବିଜୟ ହୋଇସାରି ଥିଲେ l ଏହି ନିର୍ବାଚନରେ ୧ ନମ୍ବର ଜୋନରେ ରଘୁନାଥ ଗଣ୍ଡ ବିଜୟ ଲାଭ କରିଥିବା ବେଳେ ୨ ନମ୍ବର ଜୋନରେ ହରେନ୍ଦ୍ର ସିଂ ସିଙ୍ଘର , ୩ ନମ୍ବର ଜୋନରେ ସୁଶିଲ କୁମାର ବର୍ମନ , ୫ ନମ୍ବର ଜୋନରେ ଚନ୍ଦନ ସିଂ ଗଣ୍ଡ , ୬ ନମ୍ବର ଜୋନରେ ଫୁଲସିଂ ଗଣ୍ଡ , ୭ ନମ୍ବର ଜୋନରେ ମାଳତୁ ଗଣ୍ଡ , ୮ ନମ୍ବର ଜୋନରେ ଚିତ୍ତରଂଜନ ଗଣ୍ଡ , ୯ ନମ୍ବର ଜୋନରେ ରାମବିଲାସ୍ ଗଣ୍ଡ , ୧୦ ନମ୍ବର ଜୋନରେ ବିଗମ୍ ବାଈ ଗଣ୍ଡ , ୧୧ ନମ୍ବର ଜୋନରେ ପ୍ରଦୀପ କୁମାର ବାଲା, ୧୨ ନମ୍ବର ଜୋନରେ ଦେବେନ୍ଦ୍ର ନାଥ ମିଶ୍ର ଓ ୧୪ ନମ୍ବର ଜୋନରେ ନିଳାବତୀ ହନ୍ତାଳ ବିଜୟ ଲାଭ କରିଥିଲେ |ଏଥିସହିତ ୪ ନମ୍ବର ଜୋନରେ ପରମେଶ୍ବର ଶ୍ରୀବାସ୍ତବ , ୧୩ ନମ୍ବର ଜୋନରେ ରାଇସିଂ ଗଣ୍ଡ ଓ ୧୫ ନମ୍ବର ଜୋନରେ ବିନ୍ଦ ବାଈ ଗଣ୍ଡ ଅପ୍ରତିଦ୍ୱଂଦ୍ୱୀ ଭାବେ ବିଜୟ ଲାଭ କରିଥିଲେ | ସ୍ଥାନୀୟ ସମବାୟ ସମିତି ନିର୍ବାଚନ ରେ ମୁଖ୍ୟତଃ ବିଜେପି ଓ ବିଜେଡ଼ି ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ସମବାୟରେ ସଭାପତି ପଦବୀ ପାଇଁ ୩ ଜଣ ନାମାଂକନ ପତ୍ର ଦାଖଲ କରିଥିଲେ l  ୧. ରାଇସିଂ ଗଣ୍ଡ, ୨.ରଘୁ ଗଣ୍ଡ  ଦୁଇ ଜଣ ବିଜେଡ଼ିର ପାର୍ଥୀ ହୋଇ ଥିବା ବେଳେ ଭାଜପା ତରଫରୁ ଚନ୍ଦନ ଗଣ୍ଡ   ସଭାପତି ପଦବୀ ପାଇଁ  ଲଢି ଥିବା ବେଳେ ରାଇସିଂ ଗଣ୍ଡ ୧୧, ଚନ୍ଦନ ଗଣ୍ଡ ୩ ଓ ରଘୁ ଗଣ୍ଡ ୧ ଭୋଟ ପାଇଥିବା ବେଳେ  ରାଇସିଂ ଗଣ୍ଡ ବିଜୟ ହୋଇଥିବା ଜଣାପଡିଛି   ତାହାକୁ ନେଇ ସାଧାରଣରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ରାଇଘର ସମବାୟ ନିର୍ବାଚନ ଅଧିକାରୀ ନିତ୍ୟାନନ୍ଦ ନାୟକ ରହିଥିବା ବେଳେ  ଶାଖା ପରିଚାଳକ ନିରାକାର ରାଉତ ଉପସ୍ଥିତିରେ ନିର୍ବାଚନ ହୋଇଥିବା ଜଣାପଡିଛି ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କୁ ଦେବଗିରି ନାଟ୍ୟ ସମ୍ମାନ,କୃଷିରେ ବୈଷ୍ଣବ ସାହୁ, ପ୍ରକାଶଙ୍କୁ ଶିଳ୍ପୀ ସମ୍ମାନ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନୂଆଖାଇ

Sunil Chandra Nayak

ଜୁନାଗଡ ଠାରେ ଭରତ ଜୋଡ଼ ଯାତ୍ରା କାର୍ଯ୍ୟକ୍ରମ , ବିରୋଧୀଙ୍କୁ କଡା ଚାଲେଞ୍ଜ ରଖିଲା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!