ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ସ୍ୱର୍ଥାନ୍ଧକୁ ନାସ୍ତିକ କହେ ମୋ ଅଭିଧାନ

ସ୍ୱର୍ଥାନ୍ଧକୁ ନାସ୍ତିକ କହେ ମୋ ଅଭିଧାନ

ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
ଦେଖିଲି ବର୍ତ୍ତମାନ ସମାଜର ହୁଏ 
ଯାହା, ସବୁ ହାଲଚାଲ
ପାଉଛି ଏଠି ଭାଇ ସବୁ କଥାରେ 
କେବଳ ପରା ମୁଲ ଚାଲ |୧|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
ଆପଣା ହାତରେ ମାପି ଚାଖଣ୍ଡେ 
ଦେଖିକି ତ ଚାଲୁ ଥିଲେ
ହେବନି ଅମଂଗଳ ସମାଜେ, ପାଇବୁ 
ବହୁ ବାଧା ନହେଲେ |୨|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
ଦାନା ପାଇଁ ସଂସାରରେ ଦେଖ 
କେତେ ନାଟ ତ ଚାଲିଛି
ସକାଳୁ ଉଠି ଖଟିଖିଆ ମଣିଷ 
ନିଜ କାମେ ସଦା ଧାଉଁଛି |୩|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
ସମାଜ ଧନକୁ ମାଡି ଯେ ବସିଛି 
ତାହାକୁ ସୁବିଧା ମିଳୁଛି
ଯେ ଅନ୍ୟାୟେ ମାଡି ନପାରିଲା 
ଭୋକିଲା ଅନେଇ ବସିଛି |୪|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
କେତେ ଜନ୍ମର ତପସ୍ୟା ଫଳରେ 
ମଣିଷ ଜନମ ପାଇଛି
ତେବେ ଛୋଟ ବଡ଼ ଜାତି ଧର୍ମ 
ଭେଦ ଭାବ କାହିଁକି ରହିଛି? |୫|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
ଇଶ୍ୱର ଅଟନ୍ତି ଜଗତର ନାଥ, 
ସରବ ଦୁଃଖକୁ ଅନାନ୍ତି
ଉତ୍ତର ଦିଅ, ଚାହେଁ ନାହିଁ ଯିଏ ତାକୁ 
ମିଳୁଛି, ଭୋକିଲା ଅନେଇ ବସନ୍ତି |୬|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
ସମସ୍ତେ କୁହେ ମୁଦ୍ରାର ଏପାଖ 
ସେପାଖ ନାରୀ ଓ ପୁରୁଷ
ନାରୀ ବିନା ସୃଷ୍ଟି ଅସମ୍ଭବ, କନ୍ୟା 
ଜନ୍ମିଲେ କିଆଁ ଦୋଷ ? |୭|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
ନାରୀ, ଜନନୀ, ଜାୟା, ଭଗିନୀ, 
ମା ସ୍ବର୍ଗଠାରୁ ବି ମହାନ୍
ଯାନ୍ତ୍ରିକ ପ୍ରକ୍ରିୟାରେ ପରୀକ୍ଷା କରି 
ମଣିଷ ହତ୍ୟା କରେ ଭ୍ରୁଣ |୮|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
ଭୋକେ ମଣିଷ ଅନ୍ଧ ହୋଇ
ଯାଏ ଦେଖେନା କାହାକୁ
ଖାଇବା ମିଳିଲେ ମଧ୍ୟ ଭୁଲେ 
ନିଜର ସବୁ ବୁଦ୍ଧି ବିବେକକୁ |୯|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ଅଭାବେ ପଡି ଭୋକିଲା ମଣିଷ ପାପ 
କାର୍ଯ୍ୟେ ଲିପ୍ତ ରହୁଛି
ଚାହେଁ ନାହିଁ ଯିଏ ତାକୁ ମିଳୁଛି ଭୋକିଲା 
ଅନେଇ ବସିଛି |୧୦|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
ପ୍ରତିଷ୍ଠା ପ୍ରତିପତ୍ତି ପାଇଁ ବହୁ ଜ୍ଞାନୀ 
ମାନୀ ନିଜକୁ କହୁଛି
ବୁଦ୍ଧି ଜ୍ଞାନ ତାର ହରେଇ ପର 
ଇଙ୍ଗିତରେ କିପରି ଚାଲୁଛି? |୧୧|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ଶିଖାଇଥିଲା, ଜନମ ଦେଇ ମାଆ 
ସଦା ସତ କହିବାକୁ 
ଦିନେ ଥିଲା ସାହା, କେତେ କଷ୍ଟରେ 
ବଡ କଲା ପୁଅକୁ |୧୨|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ପୁଅ ବୋହୁ ମିଶି ମାଆକୁ ଦେଉଛନ୍ତି 
ପଠେଇ ବୃଦ୍ଧାଶ୍ରମକୁ
ଆଇନ ଅଛି, ତାହା କି ମୁକ୍ତି ଦେଇ 
ପାରିବ ତାର ଦୁଃଖକୁ |୧୩|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ଚନ୍ଦନ ତିଳକଧାରୀ, କଳଙ୍କିନୀ କହି 
ମାରି ଫିଙ୍ଗି ଦିଏ ନାରୀକୁ
ଦିନରେ ଅନ୍ଧକାରେ ଅଦରକାରୀ ବର୍ଜ୍ବ
ବସ୍ତୁ ଭଳି ଭାବେ ନାରୀକୁ |୧୪|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ଦୋଷୀଙ୍କୁ ପ୍ରାଣଦଣ୍ଡ ଦେବାକୁ, ଶସ୍ତା 
ସ୍ଲୋଗାନ ଦେଇ ପାର
ସାମାଜିକ ଚେତନା ଅଭାବେ ନାରୀର 
ଦୁଃଖ କି ହେବ ଦୂର? |୧୫|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ବିବାହ ପବିତ୍ର ବନ୍ଧନ, ଦେଖ ବିକ୍ରି 
ହୂଏ ଏଠି ସବୁଦିନ ନାରୀ 
ଯୌତୁକଲୋଭୀ କବଳେ ଆତ୍ମହତ୍ୟା 
ଅବା ହତ୍ୟାରେ ଲୁଟୁଛି ତା ଶିରୀ |୧୬|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ଦୋଷୀଙ୍କୁ ପ୍ରାଣଦଣ୍ଡ ଦେବାକୁ, ଶସ୍ତା 
ସ୍ଲୋଗାନ ଦେଇ ପାର
ସାମାଜିକ ଚେତନା ଅଭାବେ ନାରୀର 
ଦୁଃଖ କି ହେବ ଦୂର? |୧୭|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ଯଦି ଦୁଃଖ ବଖାଣନ୍ତି, କାନ ଡେରି 
ଶୁଣନ୍ତି ପରର ଦରଦ କଥା
ହୃଦୟ କୋଣରେ କାହାର ମୁଁ ପାଉ
ନାହିଁ କାଣିଚାଏ ତ ବ୍ୟଥା |୧୮|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ନଇଁ ପଡ଼ିଥିଲା ବେଳେ ସୁଯୋଗ 
ଦେଖିଣ ସରବେ ମାରନ୍ତି ବିଧା
ମନେ କପଟ ଉପରେ ଶୁଖିଲା 
କଥା, ଚଳିବା ବହୁତ ବାଧା |୧୯|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, 
ଏଇ ସ୍ୱାର୍ଥାନ୍ଧ ସମାଜରେ
କରନ୍ତି ଦେଉଳ ଦର୍ଶନ କୀର୍ତ୍ତନେ 
ପୁରାଣେ ଥାଏ ତ ଧ୍ଯାନ
ହାୟରେ ନାଁକୁ କରନ୍ତି ବ୍ରତ ଉପବାସ
 ନାହିଁ ମଣିଷ ପ୍ରତି ସନମାନ |୨୦|
ହେ ମୋ ମନର ଭାବନା ମୋତେ 
ନେଇ ଯାଆ ବାରେ 
ଜାଣିବା ଏବେ ଦୁନିଆଁ ଖବର, ଏଇ 
ସ୍ୱାର୍ଥାନ୍ଧ ସମାଜରେ
ନିଜକୁ ଜ୍ଞାନୀ କହି, ଭରେ ଅମାନବିକତା, 
ଅସାଧୁତାର ହୃଦୟକୁ
ନାସ୍ତିକର ଅଭିଧାନେ, କହିବନି ଧାର୍ମିକ 
ଜନ ସେଇ ସ୍ୱର୍ଥାନ୍ଧକୁ |୨୧|

ଚିତ୍ତ ରଞ୍ଜନ ନନ୍ଦ,

 ଜଗତପୁର, କଟକ,
ଓଡିଶା, ଭାରତ

Related posts

ଜିଲ୍ଲାପାଳ – ଦାୟିତ୍ୱ ନେବା ପରେ ପ୍ରଥମେ ଜିଲାର କେସିଙ୍ଗା ପରିଦର୍ଶନ

Sunil Chandra Nayak

କେସିଙ୍ଗା ୧୯୯୭ ରୋପ୍ୟ ସଂଗଠନ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

Sunil Chandra Nayak

ଗୋଳାମୁଣ୍ଡା ପୋଲିସ ଦ୍ୱାରା ୬କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ 

Sunil Chandra Nayak

Leave a Comment

error: Content is protected !!