ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶିକ୍ଷକ ଅଭିଭାବକ ସଂଘ ର  ପ୍ରଥମ ବୈଠକ ଅନୁଷ୍ଠିତ 

କଲମପୁର- ଥୁଆମୂଳ ରାମପୁର:୧/୪- ମ.ନି.ସ:- କଳାହାଣ୍ଡି ଜିଲ୍ଲା କଲମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶିକ୍ଷକ ଅଭିଭାବକ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ । ଏହି ବୈଠକରେ ଛାତ୍ର ଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ରେଜଲ୍ଟ ବିଷୟରେ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଉଭୟ ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ଆଲୋଚନା କରିଥିଲେ ।ଵିଶେଷ କରି ହାଇସ୍କୁଲ ତ୍ରନ୍ସଫର୍ମେସନ, ଶିକ୍ଷକ ପଦବୀ ପୂରଣ , ମହିଳା ଶିକ୍ଷକ ପଦବୀ ପୂରଣ , ସେଫ୍ଟୀ ପ୍ରୋଟୋକଲ , ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ତଥା ମୁଖ୍ୟ ରାସ୍ତା ଠାରୁ ବିଦ୍ୟାଳୟକୁ ଯାଇଥିବା ଶୋଚନୀୟ ରାସ୍ତାକୁ ମରାମତି ପାଇଁ ଉକ୍ତ ବିଭାଗ ଅଧିକାରୀଙ୍କୁ ଓ ଜିଲ୍ଲାପାଳଙ୍କୁ ଅଭିଭାବକ ତରଫରୁ ଅତିଶୀଘ୍ର ଦରଖାସ୍ତ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାପରେ ଅଭିଭାବକ ମଧ୍ୟରୁ ସଭାପତି ଚୟନ କରାଯାଇଥିଲା।ସର୍ବସମ୍ମତି କ୍ରମେ ଶ୍ରୀ ଅଲର ସାହୁ ପ୍ରଶାନ୍ତ କୁମାର ମାଝୀ ଙ୍କୁ ସଭାପତି ଭାବେ ଘୋଷଣା କରିଥିଲେ। ଶ୍ରୀ ସନାତନ ପାଣ୍ଡେ ଉକ୍ତ ପ୍ରସ୍ତାବ କୁ ସମର୍ଥନ ଜଣାଇଥିଲେ। ଶ୍ରୀ ମାଝୀ ଏଥିପାଇଁ ସମସ୍ତ ଅଭିଭାବକ ଓ ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଓ ଉପରୋକ୍ତ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବା ବୋଲି ମତପ୍ରକାଶ କରିଥିଲେ।। ଏହି ବୈଠକରେ ପ୍ରିଂନ୍ସିପାଲ୍ ପ୍ରଜ୍ଞସୁ ସେଠୀ , ଶିକ୍ଷକ ସୁମିତ୍ ସୁନା , ଦୁର୍ଭାକ୍ଷ ରଣା, ସୁଦାମ ସାହୁ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ରିପୁଦମନ୍ ମିଶ୍ର ଧନ୍ୟବାଦ ଅଭିଭାଷଣ ରଖିଥିଲେ ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୃଷିବିଭାଗ ଯୁଗ୍ ନିର୍ଦେଶକ ଙ୍କ ତେନ୍ତୁଳିଖୁଣ୍ଟି ରେ ବିଭିନ୍ନ ବିଭାଗ ର ବିଭିନ୍ନ ପ୍ରକଳ୍ପ ସମୀକ୍ଷା

Sunil Chandra Nayak

ଧର୍ମଗଡ଼ ବ୍ୟବସାୟୀ ଘରୁ ଡକାୟତି ମାମଲା !

Leave a Comment

error: Content is protected !!