ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମରାଜ ପ୍ରଧାନ ଙ୍କ କବିତା ମଧୁବାବୁ

ମଧୁବାବୁ

କଟକ ଜିଲ୍ଲାର ସତ୍ଯଭାମାପୁର 

            ମଧୁବାବୁ ଜନ୍ମସ୍ଥାନ 

ରଘୁନାଥ ଦାସ ପାର୍ବତୀ ଦେବୀଙ୍କ 

          ଥିଲେ ସେ ଜ୍ଯେଷ୍ଠ ସନ୍ତାନ। 

ଜନ୍ମଦିନ ଯା’ର ଏପ୍ରିଲ ମାସର 

         ଅଠେଇଶ ତାରିଖରେ 

ଅଠର ଶହ ଅଡ଼ଚାଳିଶ ସାଲେ 

          ଏକ ଶୁଭ ଲଗନରେ। 

ଆମ ଓଡ଼ିଶାର ଅର୍ଦ୍ଧ ଶତାବ୍ଦୀର 

         ଇତିହାସ ଯା’ ଜୀବନୀ 

ଓଡ଼ିଆ ଜାତିର ଓଡ଼ିଆ ଭାଷାର 

          ଯେ’ ଥିଲେ ମୁଖ୍ଯ ବିନ୍ଧାଣୀ। 

ପିତୃଦତ୍ତ ନାମ ଗୋବିନ୍ଦ ବଲ୍ଲଭ 

          ସମାଜ ସେବାରେ ମନ 

ପ୍ରଥମ ଓଡ଼ିଆ ବାରିଷ୍ଟର ଭାବେ 

         ପାଇଲେ କେତେ ସମ୍ମାନ। 

ଆମ ସ୍ବାଭିମାନ ଜାତିର ସମ୍ମାନ 

         ସର୍ବଦା ସେ କହୁଥିଲେ 

ପୂରୁବ ଗୌରବ ପୂରୁବ ସାହସ 

          ଇତିହାସ ଗାଉଥିଲେ। 

ଏକତାର ବଳ ଜାତିର ସମ୍ବଳ 

          କହୁଥିଲେ ଜାତି କାନେ 

କାଳରାତ୍ରୀ ଯିବ ସିନ୍ଦୁରା ଫାଟିବ 

          ଆମ ଉତ୍କଳ ଭୁବନେ। 

ଓଡ଼ିଆ ସ୍ବତନ୍ତ୍ର ଓଡ଼ିଶା ସ୍ବତନ୍ତ୍ର 

          ଏ ସ୍ବପ୍ନ ଥିଲା ତାଙ୍କର 

ଊଣେଇଶ ଶହ ଛତିଶ ଏପ୍ରିଲ 

          ଏକରେ ହେଲା ସାକାର। 

ମଧୁବାବୁ ପେନସନ୍ ଯୋଜନା ରହିଛି 

          ବୃଦ୍ଧବୃଦ୍ଧାଙ୍କ ହିତରେ 

ତବ ପ୍ରତିମୂର୍ତ୍ତି ନିର୍ମିତ ହୋଇଛି 

           ରାଜ୍ଯେ ବିଭିନ୍ନ ସ୍ଥାନରେ। 

“କାଳିଆ ଘୋଡ଼ାରେ ଚଢ଼ିବିରେ ମୁହିଁ 

         ମଧୁବାବୁ ସଙ୍ଗେ ଲଢ଼ିବି “

ଏ ଜାତି ସଂସ୍କୃତି ମଧ୍ଯେ ଏଇ ଉକ୍ତି 

          ରହିଛି ତୁମକୁ ଭାବି। 

ତୁମ ଭଳି ଯିଏ ଦୀପଟିଏ ହୁଏ 

          ଜଳି ଆଲୋକିତ କରେ 

ମରି ବି ଅମର ହୁଏ ସେହି ନର 

          ସାର ଅସାର ସଂସାରେ। 

ସୁଖ ଦୁଃଖ ଭରା ଜୀବନ ପସରା 

        ନୁହେଁ ଚିରନ୍ତନ କିଛି 

ଜନମି ମରିବା ଯାଆ ଆସ ହେବା 

          ନାଟକ ଭଳି ଲାଗୁଛି। 

ଉତ୍କଳ ଗୌରବ ଏ ମାଟି ଗରବ 

         ହେ ପୂଜ୍ଯ ମଧୁସୂଦନ 

ଏ ପୂଣ୍ଯ ଦିବସେ କୋଟି ଓଡିଆଙ୍କ 

           ଭକ୍ତି ଶ୍ରଦ୍ଧାଞ୍ଜଳି ଘେନ। 

    ଧର୍ମରାଜ ପ୍ରଧାନ 

ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ

 ଝିଲିମିଣ୍ଡା ବ୍ଳକ ଅତାବିରା ଜିଲ୍ଲା-ବରଗଡ।

Related posts

ଖଡ଼ିଆଳ କ୍ଲବ ପକ୍ଷରୁ ସହାୟତା, ସେବା ପ୍ରଦାନରେ ସହଯୋଗ ନେଇ ବେଟ୍ରି ଚଳିତ ସ୍କୁଟି ପ୍ରଦାନ

Sunil Chandra Nayak

ଆଶା ଦିଦି ଙ୍କୁ ବିରୋଧ କରି ଅଙ୍ଗନବାଡି କୁ ତାଲା ପକେଇଦେଲେ ମହିଳା ସମିତି ର ସଦସ୍ୟ ମାନେ 

Sunil Chandra Nayak

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ – ବିଭିନ୍ନ ସମସ୍ୟା ନେଇ ଅଟକ ରଖିଲେ ଶ୍ରମ ଅଧିକାରୀଙ୍କୁ

Leave a Comment

error: Content is protected !!