ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ବିଶ୍ବ ଯହିଁ ବିମୋହିତ 

ବିଶ୍ବ ଯହିଁ ବିମୋହିତ 

                   କୈଳାସ ଚ଼ନ୍ଦ୍ର ପାଢ଼ୀ

 

ଦୂର-ଦିଗନ୍ତରେ

ଆଖି ଅଟକିଛି

           ଜୀବନ ଖୋଜୁଛି-ରାହା,

ବର୍ଣ୍ଣ-ବିଭବରେ

ହୃଦୟ କହୁଛି

           ତୁମେ ଏକା ପ୍ରଭୁ ସାହା ।୧।

 

ସେ କି-ରଙ୍ଗଶାଳା

ଆକାଶ-ଅବନୀ

           ଗାଆନ୍ତି ସୃଷ୍ଟିର ଗୀତ,

ପରାଣ-ପୁଲକେ

ହଜଇ ଅସ୍ମିତା

            ବିଶ୍ବ ଯହିଁ ବିମୋହିତ ।୨।

 

ସେତ ଚ଼ିରନ୍ତନ

ସତ୍ୟ-ବିମୋହନ

          ଅବିଲୟ-ଅବିନାଶ,

ସୂକ୍ଷ୍ମ-ଚ଼େତନାର

ଗୂଢ଼ତତ୍ତ୍ବ ପ୍ରାଣେ

          କରଇ ନିତ୍ୟ ପ୍ରକାଶ ।୩।

 

ପ୍ରତ୍ୟୁଷ-ପ୍ରଦୋଷ

ଉଦୟ-ଅସ୍ତର

         ପ୍ରାମାଣିକ-ଚ଼ିତ୍ରଧାରୀ,

ପ୍ରତି ନିୟତରେ

ପ୍ରୀତି-ପୁଲକରେ

         ସୃଷ୍ଟିକୁ ରହିଛି ଘେରି ।୪।

 

ଅଭିନବ ତାର

ରଙ୍ଗ-ବର୍ଣ୍ଣାଳୀରେ

         ଅପୂର୍ବ ଝଟକ-କାନ୍ତି,

ବିଭୁ ଚେତନାରେ

ତୁଷ୍ଟ ହୁଏ ମନ

         ପ୍ରାଣେ ଭରିଦିଏ ଶାନ୍ତି।୫।

         

କୁମାର ପୁର। ଅନନ୍ତପୁର।
ବାସୁଦେବ ପୁର।ଭଦ୍ରକ।

Related posts

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଷଡ଼ଙ୍ଗୀ ନୋଡାଲ ସ୍କୁଲ୍ ରେ ପୋଷଣ ଦିବସ ପାଳିତ

Sunil Chandra Nayak

ସଫଳା ଦାସ ଙ୍କ କବିତା ଆମରି ବାପୁ 

Sunil Chandra Nayak

Leave a Comment

error: Content is protected !!