ବିଶ୍ବ ଯହିଁ ବିମୋହିତ
କୈଳାସ ଚ଼ନ୍ଦ୍ର ପାଢ଼ୀ
ଦୂର-ଦିଗନ୍ତରେ
ଆଖି ଅଟକିଛି
ଜୀବନ ଖୋଜୁଛି-ରାହା,
ବର୍ଣ୍ଣ-ବିଭବରେ
ହୃଦୟ କହୁଛି
ତୁମେ ଏକା ପ୍ରଭୁ ସାହା ।୧।
ସେ କି-ରଙ୍ଗଶାଳା
ଆକାଶ-ଅବନୀ
ଗାଆନ୍ତି ସୃଷ୍ଟିର ଗୀତ,
ପରାଣ-ପୁଲକେ
ହଜଇ ଅସ୍ମିତା
ବିଶ୍ବ ଯହିଁ ବିମୋହିତ ।୨।
ସେତ ଚ଼ିରନ୍ତନ
ସତ୍ୟ-ବିମୋହନ
ଅବିଲୟ-ଅବିନାଶ,
ସୂକ୍ଷ୍ମ-ଚ଼େତନାର
ଗୂଢ଼ତତ୍ତ୍ବ ପ୍ରାଣେ
କରଇ ନିତ୍ୟ ପ୍ରକାଶ ।୩।
ପ୍ରତ୍ୟୁଷ-ପ୍ରଦୋଷ
ଉଦୟ-ଅସ୍ତର
ପ୍ରାମାଣିକ-ଚ଼ିତ୍ରଧାରୀ,
ପ୍ରତି ନିୟତରେ
ପ୍ରୀତି-ପୁଲକରେ
ସୃଷ୍ଟିକୁ ରହିଛି ଘେରି ।୪।
ଅଭିନବ ତାର
ରଙ୍ଗ-ବର୍ଣ୍ଣାଳୀରେ
ଅପୂର୍ବ ଝଟକ-କାନ୍ତି,
ବିଭୁ ଚେତନାରେ
ତୁଷ୍ଟ ହୁଏ ମନ
ପ୍ରାଣେ ଭରିଦିଏ ଶାନ୍ତି।୫।