ଜଣାଣ
ମାନଗୋବିନ୍ଦ ସ୍ବାଇଁ
ବଡ଼ଦାଣ୍ଡ ରଥ ତା ଉପରେ ଛତା
ଚାହିଁ ଦେଲେ ତା ମୁହଁକୁ
ରଥରେ ବସିଛି ଦାରୁର ଦେବତା
ଦର୍ଶନ ଭକ୍ତ ଜନକୁ।
ଜନ ମନ ଧରି ଆଣ ଭକ୍ତ ବନ୍ଧୁ
ଦୟାବାନ କୃପାସିନ୍ଧୁ
ତୋ ଶଂଖ ଧ୍ବନି ରେ ଭକ୍ତ ହୁଏ ମୁଗ୍ଧ
ଭକ୍ତ ପାଇଁ ଦୁଃଖୀ ବନ୍ଧୁ।
ତୁମକୁ ଦର୍ଶନ ଦେଖା ଦେଲା ପରେ
ଅନ୍ତର ବଢୁଛି ଭାବ
ଦିନକୁ ଦିନରେ ଭକ୍ତ ଭାବ ବଢ଼େ
ତୋ ସ୍ଥାନ ପ୍ରସିଦ୍ଧ ହବ।
ମହାପ୍ରସାଦ ଯା ବିଶ୍ବ ଜନ ପାଏ
ପବିତ୍ର ହୁଅନ୍ତି ଜନ
ସ୍ରୋତ ପରି ଧାଏଁ ଭକ୍ତ ଜନ ବନ୍ଧୁ
ପୁରୀ ବିଜେ ଭଗବାନ।
ଦୂଃଖୀର ଦୁଃଖ କୁ ନିକଟରୁ ବୁଝି
ତାହା ପାଇଁ ପ୍ରତିକାର
ଭକ୍ତ ବୁଝି ପାରେ ଭକ୍ତ ଜାଣି ପାରେ
ପ୍ରଭୁ କଲେ ଯେ ଉଦ୍ଧାର।

