ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କୁ ନେଇ ଜନ ସଚେତନତା ଶୋଭାଯାତ୍ରା

ଧର୍ମଗଡରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କୁ ନେଇ ଜନ ସଚେତନତା ଶୋଭାଯାତ୍ରା

ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଆଭିମୁଖ୍ୟ ନେଇ ଧର୍ମଗଡ଼ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ଼ ଉପ ଜିଲ୍ଲାପାଳ ତଥା ୭୯- ଧର୍ମଗଡ଼ ବିଧାନସଭା କ୍ଷେତ୍ରର ପଞ୍ଜୀକରଣ ଅଧିକାରୀ ପ୍ରେକ୍ଷା ଅଗ୍ରୱାଲ ଙ୍କ ନେତୃତ୍ୱରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଧର୍ମଗଡ଼ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ହୋଇଥିବା ଏହି ଶୋଭାଯାତ୍ରାରେ ସମସ୍ତ ସରକାରୀ ଅଧିକାରୀ,କର୍ମଚାରୀ ସାମିଲ ହୋଇଥିଲେ। ଭୋଟର ତାଲିକା ସଂଶୋଧନର ଗୁରୁତ୍ୱ, ଗଣନା ଫର୍ମ (EFs) ବଣ୍ଟନ ଓ ଦାଖଲ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ SIR ପ୍ରକ୍ରିୟାରେ ଯୋଗ୍ୟ ଭୋଟରମାନଙ୍କର ସର୍ବାଧିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଶୋଭାଯାତ୍ରା ଆୟୋଜନର ମୂଳଲକ୍ଷ୍ୟ ଥିଲା।

ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଗୋଷ୍ଠି ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଡେପୁଟି କଲେକ୍ଟର ପୁନମ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀକାନ୍ତ ଶତପଥୀ, ସମସ୍ତ ସରକାରୀ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଘୁମୁରା ଦଳ ସାମିଲ ହୋଇଥିଲେ।କଳାହାଣ୍ଡି ର ଲୋକନୃତ୍ୟ ଘୁମୁରାର ନୃତ୍ୟଓ ଗୀତ ପରିବେଷଣ ମାଧ୍ୟମରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଜନ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ଏହି ଘୁମୁରା ଦଳ ଧର୍ମଗଡ଼ ନିର୍ଵାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମକୁ ଯାଇ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବେ ବୋଲି ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନିଶାଶକ୍ତ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ,ଚାଳକ ଅଟକ

masiha

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ରାଜନଗର ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅନୁଷ୍ଠିତ       

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର, ଭବାନୀପାଟଣା ଜନ୍ମାଷ୍ଟମୀ ଅବସରରେ କୃଷ୍ଣମୟ ହେଲା ବିଦ୍ୟାଳୟ ପରିସର

masiha

Leave a Comment

error: Content is protected !!