ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କୃତ ମହାବିଦ୍ୟାଳୟରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ

ରାଉରକେଲା/ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡାଙ୍କ ସଭାପତିତ୍ବରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲ୍ୟାଣ ସେବା ଆଶ୍ରମର ସଂସ୍ଥାପକ ସ୍ବାମୀ ଅଗ୍ନିବାବାଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ସଭାପତି ସୂର୍ଯ୍ୟମଣି ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷା ହେଉଛି ସବୁ ଭାଷାର ଜନନୀ । ସଂସ୍କୃତ ଗ୍ରନ୍ଥରେ ଜାତୀୟତା ଭାବନା ଭରି ରହିଛି ବୋଲି କହିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ସମାଜସେବୀ ପି ପି ରାୟ ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଯୋଗଦେଇଥିଲେ । ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଜ୍ୟୋସ୍ନାରାଣୀ ଦାସ ମଂଚ ପରିଚାଳନା କରିଥିଲେ । ଡଃ ପରମେଶ୍ଵର ଶତପଥୀ ବେଦମନ୍ତ୍ର ପାଠ କରିଥିବା ବେଳେ ଡଃ କେଦାରନାଥ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଶିବ ପ୍ରସାଦ ପାଠୀ,ଉଦ୍ଧବ ପ୍ରଧାନ, ଡଃ କାଳିଶଙ୍କର ପଣ୍ଡା, ସନ୍ତୋଷ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଉପଶାସ୍ତ୍ରୀ ଦ୍ବିତୀୟ ବର୍ଷର ଛାତ୍ରୀ ରେଶମା ମାଝୀ ଓ ତାଙ୍କର ସହଯୋଗୀ ଦେଶାତ୍ମବୋଧକ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆଦ୍ୟାଶା ଫାଉଣ୍ଡେସନ ପକ୍ଷରୁ ଗୋମାତା ସେବା କାର୍ୟ୍ଯ 

masiha

ଟ୍ରକ ସହ ହାଇୱା ଗାଡ଼ି ମୁହାଁମୁହିଁ ଜଣେ ମୃତ ୨ ଗୁରୁତର 

masiha

ଡକ୍ଟର ରମାକାନ୍ତ ନାଏକଙ୍କୁ ଟାଟା ସାମାଜିକ ବିଜ୍ଞାନ ସଂସ୍ଥା ରୁ ପିଏଚଡି ଉପାଧି ପ୍ରଦାନ 

masiha

Leave a Comment

error: Content is protected !!