ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଲକର ଦୁଇ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର

ଧରାକୋଟ ବ୍ଲକର ଦୁଇ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର 

ଆସିକା,୧୦/୯/୨୫ — ଧରାକୋଟ ବ୍ଲକର ରୁଗୁମୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଧାକର ରାଉତ ଏଲିମେଣ୍ଟାରି ବର୍ଗରେ ଓ ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ଢଉଗାଁ ର ସହକାରୀ ଶିକ୍ଷକ ହର ନାୟକ ମାଧ୍ୟମିକ ବର୍ଗରେ ଚଳିତ ବର୍ଷର ଗୁରୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷ୍ୟା ପୁରସ୍କାର ପାଇଛନ୍ତି । ଆଦର୍ଶ , କର୍ତବ୍ୟନିଷ୍ଠ ଶିକ୍ଷକ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସୁଧାକର ରାଉତ ଓ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହର ନାୟକ ଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା । ଛତ୍ରପୁର ସ୍ଥିତ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ ପାତ୍ରଙ୍କ ଠାରୁ ଉଭୟେ ଏହି ପୁରସ୍କାର ଗ୍ରହଣ କରିଥିଲେ। ସୁନ୍ଦର ଓ ସରଳୀକରଣ ପଦ୍ଧତିରେ ଶିକ୍ଷାଦାନ ସହ ପରିବେଶକୁ ସବୁଜ ସୁନ୍ଦର କରିବାରେ ଏମାନଙ୍କ ଅବଦାନ ଉଦାହରଣ ଯୋଗ୍ୟ । ଦୁଇ ଶିକ୍ଷକ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବାରୁ ସେମାନଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ, ବି ଆର ସି ସି ସୌରୀ ଶଙ୍କର ବେହେରା, ଏ ବି ଇ ଓ ବିଭୂତି ଭୂଷଣ ପାତ୍ର ଙ୍କ ସହ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏକ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର୍ – ୨୦୨୫ ଅନୁଷ୍ଠିତ 

Sunil Chandra Nayak

ଥୁଆମୁଳ ରାମପୁର ବ୍ଳକ ସ୍ଥିତ ସମାଗୁଡାରେ ମାଘ ଟୋକି ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!