ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସେପ୍ଟେମ୍ବର ୧୨ରେ ପଦଯାତ୍ରା

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସେପ୍ଟେମ୍ବର ୧୨ରେ ପଦଯାତ୍ରା

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା

ରାଉରକେଲା : ଓଡ଼ିଶା ସରକାରଙ୍କ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ-୧୯୫୬ ଧାରା ୩୮ ଏବଂ ସରକାରଙ୍କ ୧୯୫୬ ଆଇନର ସଂଶୋଧିତ ରାଜପତ୍ର ୨୦୧୮ ପରିଚ୍ଛେଦ-୩୫ରେ ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଏବଂ ନଥିପତ୍ରରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ତାହା ଠିକ୍ ଭାବେ ଅନୁଧ୍ୟାନ ଏବଂ ପାଳନ କରାଯାଉ ନାହିଁ । ଯାହା ସରକାରୀ ନିର୍ଦ୍ଦେଶନାମାର ଖୋଲାଖୋଲି ଭଲ୍ଲଙ୍ଘନ ଅଟେ । ଏହି ନିୟମରେ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡିତ କରାଯିବାର ବ୍ଯବସ୍ଥା ଆଇନରେ କରାଯାଇଛି। କିନ୍ତୁ ପରିତାପର ବିଷୟ ଯେ, ସରକାରଙ୍କ ଶ୍ରମ ବିଭାଗ, ସଂସ୍କୃତି ବିଭାଗ, ନଗର ଉନ୍ନୟନ ବିଭାଗ ସର୍ବୋପରି ଉତ୍କଳ ସମ୍ମିଳନୀର ରାଉରକେଲା ଶାଖା ତରଫରୁ ବିଭିନ୍ନ ସମୟରେ ନିବେଦନ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ । ଏହା ମଧ୍ୟ ପତୀତ ହେଉଛି ଯେ, କେତେକ ଦୋଳାନ ଏବଂ ପ୍ରତିଷ୍ଠାନ ନାମ ଫଳକ ବଡ ବଡ ଅକ୍ଷରରେ ନିର୍ଭୁଲ ଭାବରେ ନଲେଖିବା ସରକାରଙ୍କ ନିର୍ଦ୍ଦେଶର ଅବମାନନା ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। 

    ଏହି ପଦଯାତ୍ରା ସେପ୍ଟେମ୍ବର ୧୨ ତାରିଖ ଶୁକ୍ରବାର ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ସହରର ସମସ୍ତ ସାମାଜିକ, ସାଂସ୍କୃତିକ, ସମଭାବାପନ୍ନ ଅନୁଷ୍ଠାନ ଏବଂ ବୁଦ୍ଧିଜାବାଙ୍କୁ ଏକତ୍ର କରି ଏକ ପଦଯାତ୍ରା ବିଶ୍ରାଛକ ଠାରୁ ଆରମ୍ଭ କରାଯିବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ପଦଯାତ୍ରାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସାମିଲ ହେବାକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି ।

       ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ବିଭିନ୍ନ ଅନୁଷ୍ଠାନକୁ ଅନୁରୋଧ କରାଯାଇଛି ଯେ ନିଜ ନିଜର ଅନୁଷ୍ଠାନର ପ୍ରଚାର ପଟି (ବ୍ୟାନର) ସହ ଏହି ପଦଯାତ୍ରାରେ ଯୋଗଦାନ କରି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ନିଜକୁ ଜଣେ ଜଣେ ଓଡିଆ ଭାଷାର ଜାଗ୍ରତ ପ୍ରହରୀ ସାଜିବା ପାଇଁ ନିବେଦନ କରାଯାଇଛି।    ହୋଟେଲ ସୋଲାସ୍ ଠାରେ ଅନୁଷ୍ଠିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ସମ୍ମିଳନୀର ସଭାପତି ସୁଦାମ ଚରଣ ଦାସ, ସମ୍ପାଦକ ଅକ୍ଷୟ କୁମାର ଦାସ, ଡକ୍ଟର କିଶୋରୀ ଦାସ, ଶୈଳେନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ଦାସ, ନବଘନ ପାଣି ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ନାମ ଲେଖା ନିମନ୍ତେ ସଚେତନତା ସଭା ଅନୁଷ୍ଠିତ

Sunil Chandra Nayak

ଏକର ଏକର ଧାନ ଚାଷ ଉଜାଡି ଦେଲେ ଜଙ୍ଗଲୀ ବାରହା

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ,    ଓଡ଼ିଶା ରାଜ୍ୟ ଅର୍ଥ କମିଶନର ୱେବସାଇଟ୍ ଉନ୍ମୋଚିତ

masiha

Leave a Comment

error: Content is protected !!