ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମଏସଏମଇ ର ଜାତୀୟ କର୍ମଶାଳା 

ଏମଏସଏମଇ ର ଜାତୀୟ କର୍ମଶାଳା 

ରାଉରକେଲା: ଓଡିଶାର ଏମଏସଏମଇ ରପ୍ତାନିକୁ ବୃଦ୍ଧି କରିବାକୁ ଜାତୀୟ କାର୍ଯ୍ୟଶାଳାରେ ମନ୍ଥନ ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ଜିଲ୍ଲା ଉଦ୍ୟୋଗ କେନ୍ଦ୍ର, ରାଉରକେଲା ର ମିଳିତ ବ୍ୟବସ୍ଥାରେ “Boosting Exports from MSME Landscape in Odisha” ବିଷୟରେ ଏକ ଜାତୀୟ କାର୍ଯ୍ୟଶାଳା ୧୦ ସେପ୍ଟେମ୍ବର ୨୦୨୫ରେ ହୋଟେଲ ପହାଡ଼ି, ରାଉରକେଲାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା – ଓଡିଶାର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ରପ୍ତାନି କ୍ଷେତ୍ରରେ ନୂତନ ସୁଯୋଗ ଦେବା ଓ ଉଦ୍ୟୋଗୀମାନଙ୍କୁ ଆନ୍ତର୍ଜାତୀୟ ବ୍ୟବସାୟ ସହିତ ସଂଯୁକ୍ତ କରିବା ।

କାର୍ଯ୍ୟଶାଳାରେ ମହିଳା ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଶେଷଜ୍ଞମାନେ ରପ୍ତାନି ବୃଦ୍ଧି ପାଇଁ ଆବଶ୍ୟକ ନୀତି, ପ୍ରୋତ୍ସାହନ ଯୋଜନା ଏବଂ ବିଶ୍ୱ ବଜାରର ଚାହିଦା ବିଷୟରେ ବିସ୍ତୃତ ତଥ୍ୟ ଆଲୋଚନା କରାଯାଇଥିଲା।

ବକ୍ତାମାନେ କହିଲେ ଯେ ଓଡିଶାର ଉତ୍ପାଦନଗୁଡ଼ିକର ଗୁଣବତ୍ତା ଓ ବିବିଧତା ବିଶ୍ୱସ୍ତରରେ ପ୍ରତିସ୍ପର୍ଦ୍ଧା କରିବାକୁ ସକ୍ଷମ । ସଠିକ ନିର୍ଦ୍ଦେଶନା ଓ ପ୍ରଶିକ୍ଷଣ ମିଳିଲେ, ଓଡିଶାର ଏମଏସଏମଇ ମାନେ ରପ୍ତାନି କ୍ଷେତ୍ରରେ ବଡ଼ ସଫଳତା ହାସଲ କରିପାରିବେ । ବିଶେଷକରି ମହିଳା ଉଦ୍ୟୋଗୀମାନଙ୍କ ଉପସ୍ଥିତି ଉଲ୍ଲେଖନୀୟ ରହିଲା, ସେମାନେ ରପ୍ତାନି ସମ୍ଭାବନା ସମ୍ବନ୍ଧରେ ଅସାଧାରଣ ଉତ୍ସାହ ଓ ସଙ୍କଳ୍ପ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତାଗିର,ଡ଼. ଏସ୍. କେ. ସାହୁ, ମଳୟ ମଣ୍ଡଳ,ରଜତ ପଟ୍ଟନାୟକ, ଆଲୋକ ଏମ୍ ଲୋସଲକା,ପ୍ରଦୋଷ ମିଶ୍ର, ଦେବବ୍ରତ ସ୍ୱାଇଁ,ଜଗତଜ୍ୟୋତି ପ୍ରିୟଦର୍ଶିନୀ,ଡି କେ ନାୟକ, ଶୁଭେନ୍ଦୁ କୁମାର ପତି,ସ୍ମୃତି ରଞ୍ଜନ ରାଉତ, ଇଣ୍ଡିଆନ୍ ଚେମ୍ବର ଅଫ କମର୍ସ ଫର୍ ଏସସି ଏସଟି ଏଣ୍ଡ ମହିଳା ଉଦ୍ୟୋଗୀ ମାନଙ୍କ ଜାତୀୟ ମହାସଚିବ ହେମା ଏକ୍କା ପ୍ରମୁଖ ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୋଟରସାଇକେଲ ମୁହାଁମୁହିଁ ଧକ୍କା ଜଣେ ମୃତ ଓ ଜଣେ ଗୁରୁତ୍ତର 

masiha

ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରାଇରଙ୍ଗପୁର ରେ ଗଡ଼ିଲା କୃଷକ ସଚେତନତା ରଥ

masiha

ରେରା ର ସଦସ୍ୟ ହେଲେ ନାରାୟଣ ପତି 

Sunil Chandra Nayak

Leave a Comment

error: Content is protected !!