ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ହୋମିଓପାଥି ମେଡିକାଲ ରେ ନୂତନ ମେଡିକାଲ ଅଫିସର ଙ୍କ ଯୋଗଦାନ 

ଡାବୁଗାଁ ହୋମିଓପାଥି ମେଡିକାଲ ରେ ନୂତନ ମେଡିକାଲ ଅଫିସର ଙ୍କ ଯୋଗଦାନ 

ଡାବୁଗାଁ, ୧୭/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମା ଠାରେ ଥିବା ସରକାରୀ ହୋମିଓପାଥି ଚିକିତ୍ସାଳୟ ରେ ମଙ୍ଗଳବାର ନୂତନ ହୋମିଓପାଥି ମେଡିକାଲ ଅଫିସର ନିଯୁକ୍ତି ହୋଇଛନ୍ତି l ଯାହାକି ଜିଲା ହୋମିଓପାଥି ମେଡିକାଲ କାର୍ଯ୍ୟାଳୟ କୋରାପୁଟ ସର୍କଲ ଚିଠି ସଂଖ୍ୟା ୭୩୫, ଓଡିଶା ହେଲଥ ଆଣ୍ଡ ଫ୍ୟାମିଲି ୱେଲଫାଏର ଡିପାର୍ଟମେଣ୍ଟ ନୋଟିଫିକେସନ ନମ୍ବର ୩୩୯୪୮/ ୧୨.୧୨.୨୦୨୪ ଏବଂ ଆୟୁଷ ଡାଇରେକ୍ଟର ମେମୋ ନମ୍ବର ୮୨୪୬/ ୧୬/୧୨/୨୦୨୪ ରେ ଡ. ଅଞ୍ଜଳି ଢାଲି ଙ୍କ ନିଯୁକ୍ତି ହୋମିଓପାଥିକ ମେଡିକାଲ ଅଫିସର, ସରକାରୀ ହୋମିଓପାଥିକ ଡିସପେନସାରୀ, ଡାବୁଗାଁ, ଜିଲା ନବରଙ୍ଗପୁର (ଏସ୍ ଏଲ୍ ନମ୍ବର ୧୭) ଅନୁସାରେ ନିଯୁକ୍ତି ନିର୍ଦ୍ଦେଶ ଆସି ଥିବାରୁ ଭାରପ୍ରାପ୍ତ ହୋମିଓପାଥି ମେଡିକାଲ ଅଫିସର ସୁଜ୍ଞାନୀ ମଞ୍ଜୁରୀ ଦେବୀ ମେମୋ ନମ୍ବର ୭୩୭/ତା୧୬|୧୨|୨୦୨୪ ଅନୁସାରେ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି l ଏଠାରେ ପୂର୍ବରୁ ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ସୁଜ୍ଞାନୀ ମଞ୍ଜରୀ ଦେବୀ ଦାୟିତ୍ଵରେ ରହି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଆଜି ତା ୧୭/୧୨/୨୦୨୪ ଦିନ ଦାୟିତ୍ଵ ନୂତନ ହୋମିଓପାଥିକ ମେଡିକାଲ ଅଫିସର ଭାବେ ଡାକ୍ତର ଅଞ୍ଜଳି ଢାଲି ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି l ଡ. ସୁଜ୍ଞାନୀ ମଞ୍ଜୁରୀ ଦେବୀ ବଡଗୁମୁଡା ହୋମିଓପାଥିକ ମେଡିକାଲ ଅଫିସର ଭାବେ ରହି ଏଠାରେ ଅତିରିକ୍ତ ଦାୟିତ୍ଵରେ ରହିଥିଲେ l ନୂତନ ନିଯୁକ୍ତି ହୋଇଥିବା ମେଡିକାଲ ଅଫିସର ଜଣକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ଢାଲି ଙ୍କ ଝିଅ ଓ ତାଙ୍କ ସାନ ଭାଇ ଶିକ୍ଷକ ମିହିରକାନ୍ତି ଢାଲିଙ୍କ ସୁଯୋଗ୍ୟା ଝିଆରୀ ଡାକ୍ତର ଅଞ୍ଜଳି lତାଙ୍କ ନିଯୁକ୍ତି ରେ ଆନନ୍ଦର ଲହରୀ ଖେଳି ଯାଇଛି l ଦାୟିତ୍ଵ ହସ୍ତାନ୍ତର ସମୟରେ ଡ. ଅଞ୍ଜଳି ଙ୍କ ଦାଦା ଶିକ୍ଷକ ମିହିର ଢାଲି , ଫାର୍ମାସିଷ୍ଟ ସୋନାଲୀ ଖଟୁଆ, କର୍ମଚାରୀ ମୋତି ସିଂ ଗୌଡ ଉପସ୍ଥିତ ରହିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

World Water Day observed by the Institute of Engineers(India) Rourkela local centre

Sunil Chandra Nayak

ଖତିଗୁଡା ରେ ସମବାୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଓ ଋଣ କର୍ମଶାଳା

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

masiha

Leave a Comment

error: Content is protected !!