ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ତମ ସ୍ୱାଧୀନତା ଦିବସରେ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ଵର,୧୬/୮/୨୩ – ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତରେ ବରିଷ୍ଠ ନାଗରିକ ମାନଙ୍କୁ ୭୭ତମ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧନା କରିବା ସହିତ ପଞ୍ଚାୟତର କେତେ ଜଣ କୃତି ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଛି । ଯୁବ ସମାଜସେବୀ ହୃଷିକେଶ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ପଞ୍ଚାୟତର ସରପଞ୍ଚ ଦିପାରାଣୀ ଦାସ, ସମିତି ସଭ୍ଯ ପ୍ରଦୀପ ସାମନ୍ତରାୟ, ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ଦାସ, ନାଏବ ସରପଞ୍ଚ ଅଜୟ ଦାସଙ୍କ ସହିତ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ଦାସଙ୍କ ପ୍ରୟାସରେ ପଞ୍ଚାୟତରୁ ୬୩ ଜଣଙ୍କୁ ପୁଷ୍ପଗୋଚ୍ଛ ଓ ଉତ୍ତରୀୟ ଦେଇ ସରପଞ୍ଚ ଶ୍ରୀମତୀ ଦାସ ଏବଂ ସମିତି ସଭ୍ୟ ଶ୍ରୀ ସାମନ୍ତରାୟ ସମ୍ବର୍ଦ୍ଧିତ କରିଥିଲେ । ଆମେ ଇଂରେଜ ମାନଙ୍କଠାରୁ ବି ତଳକୁ ଚାଲିଯାଇଛୁ, ଏବେ କେହି ଜଣେ ବି ସ୍ୱାଧିନ ନାହାନ୍ତି, ପରି ହତ୍ୟାକାଣ୍ଡ, ପିପିଲି ଗଣହତ୍ୟା ହେଉଛି । ଏମିତିକି ଆମ ରାଜ୍ୟ ହେଉ ବା ମଣିପୁର ଘଟଣା ହେଉ ଭାରତରେ କୌଣସି ଜାଗାରେ ମହିଳା ମାନେ ସୁରକ୍ଷିତ ନାହାନ୍ତି, ସ୍ୱାଧୀନତା ପାଇନାହାନ୍ତି । ଆମେ ଅଗଷ୍ଟ ପନ୍ଦର ଆସିଗଲେ ତ୍ରିରଙ୍ଗା ପତାକା ଉଡାଇ ଦେଉଛୁ ସତ କିନ୍ତୁ ସ୍ୱାଧୀନତାର ସ୍ୱାଦ ପାଇପାରିନାହୁଁ l ଭାରତ ମାତାକି ଜୟ ନାରା ଦେଉଛୁ କିନ୍ତୁ ମାଆକୁ ଧର୍ଷଣ କରିବାକୁ ପଛାଉନାହୁଁ ବୋଲି ସରପଞ୍ଚ ଦିପାରାଣୀ ଦାସ ବକ୍ତବ୍ୟ ରଖିଥିଲେ । ସମାଜସେବୀ ଓ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ଦାସ ନୂଆଗାଁ ପଞ୍ଚାୟତ ବାସୀଙ୍କୁ ଆଜିଠାରୁ ସ୍ୱାଧିନ ଭାବରେ ସ୍ୱାଧୀନତା ଦେଇଛନ୍ତି । ସେ କହିଥିଲେ କି ପଞ୍ଚାୟତରେ ଯେଉଁଠି ଯେଉଁ ଜାଗାରେ ଅନ୍ୟାୟ ହେଉଛି ତା’ର ପ୍ରତିବାଦ କରନ୍ତୁ, ମୋତେ ଜଣାନ୍ତୁ ମୁଁ ପାର୍ଟି ବା ଦଳ ନଦେଖି ଯଦି ପ୍ରକୃତରେ ଅନ୍ୟାୟ ହୋଇଥିବାର ଜାଣିବି ତା’ର ପ୍ରତିବାଦ ନିଶ୍ଚୟ କରିବି ବୋଲି କହିଥିଲେ । ଅନ୍ୟମାନେ ସ୍ଵାଧୀନତା ଦିବସ ଉପରେ ନିଜନିଜର ବକ୍ତବ୍ୟ ରଖିଥିଲେ । ପରେ ପରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭତ୍ତାଧାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା, ଯାହା ସଂଗୃହିତ ଖବରରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଟାଟା ପାୱାର ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ଅଭିଯାନ

Sunil Chandra Nayak

ଇମ୍ଫା ରେ ୪ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ ପାଳିତ

ସ୍ବାତୀନକ୍ଷତ୍ରର ଝିଅ ର ଉନ୍ମୋଚନ ଆସନ୍ତା ୧ ରେ…,.

masiha

Leave a Comment

error: Content is protected !!