ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ୬୬ତମ ଜନ୍ମଦିନ ପାଳନ

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ୬୬ତମ ଜନ୍ମଦିନ ପାଳନ 

ରାଉରକେଲା ଜନସାଧାରଣଙ୍କ ପକ୍ଷରୁ ଜନ୍ମଦିନରେ ସାରଦାଙ୍କୁ ଅସଂଖ୍ୟ ଶୁଭେଚ୍ଛା

ରାଉରକେଲା ୧୦/୯, ଆଜି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ୬୬ତମ ଜନ୍ମଦିନ। ୬୬ତମ ଜନ୍ମଦିନ ପାଳନ ଅବସରରେ ଆଜି ସକାଳ ୬ଟା ସମୟରେ ରାଉରକେଲା ସ୍ବୟଂଶାସିତ ସରକାରୀ ମହାବିଦ୍ୟାଳୟ ପରିସରରେ ଏକ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟ କରାଯିବା ସହିତ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସକାଳ ୧୦ଟାରେ ବ୍ରାହ୍ମଣୀ କ୍ଲବ ଠାରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରକ୍ତଦାନ ଶିବିରରେ ବିଭିନ୍ନ ସଂଗଠନର ଯୁବକ ଯୁବତୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ସାରଦାଙ୍କ ପ୍ରତି ଆସ୍ଥା ପ୍ରକଟ କରୁଥିବା ଯୁବକ ଯୁବତୀମାନେ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ।

      ରକ୍ତଦାନ ଶିବିର ଚାଲିଥିବା ସମୟରେ ବ୍ରାହ୍ମଣୀ କ୍ଲବ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ସାରଦାଙ୍କୁ ତାଙ୍କ ୬୬ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ସାରଦାଙ୍କୁ ତାଙ୍କ ୬୬ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ବ୍ରାହ୍ମଣୀ କ୍ଲବ ଠାରେ ରାଉରକେଲା ସହରରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବନ୍ଧୁମିଳନ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ।

        ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତାଙ୍କ ୬୬ତମ ଜନ୍ମଦିନରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟ ଏବଂ ରକ୍ତଦାନ ଶିବିରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ କରିଥିବା ସଂଗଠନର କର୍ମକର୍ତ୍ତା, ଯୁବକ ଯୁବତୀଙ୍କୁ ଧନ୍ୟବାଦ ଦେଇଥିଲେ। ସେ ଆହୁରି କହିଥିଲେ ମୁଁ ଦ୍ବାରା କୌଣସି କାର୍ଯ୍ଯ ହୋଇ ନପାରୁଥିଲେ ଆମମାନଙ୍କ ଦ୍ବାରା ତାହା ସମ୍ଭବ।

   ବିଧାୟକ ସାରଦା ନାୟକଙ୍କ ୬୬ତମ ଜନ୍ମଦିନରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ବିଜେଡି ନଗର ସଭାପତି ଗଗନ ପଣ୍ଡା, ବରିଷ୍ଠ ନେତା ଆନନ୍ଦ ମହାନ୍ତି, ହାଲୁ ମୁଣ୍ଡାରୀ, ଜୟନ୍ତ କୁମାର ମିଶ୍ର, କୈଳାଶ ପ୍ରଧାନ,ସୁବାସ ସ୍ବାଇଁ, ବ୍ରିଜମୋହନ ଅଗ୍ରୱାଲ, ଜୟଶ୍ରୀ ପାଣିଗ୍ରାହୀ, ବ୍ରିଜେଶ ମାହାତୋ, ହରମୋହନ ମହାପାତ୍ର, ଶ୍ରୀଚରଣ ମହାନ୍ତି, ବୈଲୋଚନ ସାମଲ, ବୀରେନ ସେନାପତି, ଜ୍ଯୋସ୍ନା ନାୟକ, ବିରମିତ୍ରପୁର ପୌର ପରିଷଦ ଅଧ୍ୟକ୍ଷ ସନ୍ଦୀପ ମିଶ୍ର, ରାଜୀବ ପ୍ରତିହାରୀ, ଅଶେଷ ମହାନ୍ତି, ପ୍ରଦୀପ ଦାସ, ରାଜେନ୍ଦ୍ର ସିଂହ ପରମାର, ପ୍ରବୀଣ ଗର୍ଗ, ଶିଶିର ପ୍ରତିହାରୀ, ଆଇନଜୀବୀ ସୁଦାମ ଚରଣ ଦାସଙ୍କ ସହ ବିହାର ସାଂସ୍କୃତିକ ପରିଷଦ ଓ ମାଆ ପମ୍ପା ଭବାନୀ ପରିବାର ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ସାରଦା ପ୍ରସାଦ ନାୟକଙ୍କୁ ତାଙ୍କ ୬୬ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ବିଧାୟକ ସମସ୍ତ ସଂଗଠନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇଟା ଭାଟିରେ ବନ୍ଧା ପଡିଛନ୍ତି ୫ ଦାଦନ ଶ୍ରମିକ ଉଦ୍ଧାର ପାଇଁ ପରିବାରର ଆକୁଳ ନିବେଦନ

Sunil Chandra Nayak

କଙ୍କଡାହାଡ ବ୍ଲକରେ ଚତୁର୍ଥ ସମିତି ସାଧାରଣ ଅଧିବେଶନ ଅନୁଷ୍ଠିତ

Sunil Chandra Nayak

ନିଆଁ ଲାଗି ଧାନଗଦା ନଷ୍ଟ

Sunil Chandra Nayak

Leave a Comment

error: Content is protected !!